Categories: ଜାତୀୟ

କାମେଶ୍ୱର ଚୌପାଲ ହୋଇପାରନ୍ତି ବିହାର ଉପମୁଖ୍ୟମନ୍ତ୍ରୀ

ପାଟନା,୧୩।୧୧: ବିହାରରେ ବିଧାନସଭା ନିର୍ବାଚନର ଫଳାଫଳ ସହିତ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରାବର ଏନଡିଏ ନେତାମାନେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ନାମ ସ୍ପଷ୍ଟ କରାଯିବ। କୁହାଯାଉଛି ଯେ, ୧୯୮୯ ରେ ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ପ୍ରଥମ ଇଟା ରଖିଥିବରା କାମେଶ୍ୱର ଚୌପାଲଙ୍କୁ ବିହାରର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ନିଜ ବିଷୟରେ ଚାଲିଥିବା କଳ୍ପନାଜଳ୍ପନା ଉପରେ ଚୌପାଲ କହିଛନ୍ତି ଯେ ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ, ଦଳ ଯାହା ଦାୟିତ୍ୱ ଦିଏ ମୁଁ ଗ୍ରହଣ କରେ। କାମେଶ୍ୱର ଚୌପଲ ଦଳିତ ସମ୍ପ୍ରଦାୟର ଅଟନ୍ତି। ୧୯୮୯ ରାମ ମନ୍ଦିର ଆନ୍ଦୋଳନର ମୂଳଦୁଆରେ କାମେଶ୍ୱର ରାମ ମନ୍ଦିରର ପ୍ରଥମ ଇଟା ରଖିଥିଲେ। ଆରଏସଏସ ତାଙ୍କୁ ପ୍ରଥମ କାରସେବକ ମାନ୍ୟତା ଦେଇଛି। ସେ ୧୯୯୧ରେ ରାମ ବିଳାସ ପାଶୱାନଙ୍କ ବିରୋଧରେ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଠାରେ ପରାସ୍ତ ହୋଇଥିଲେ। ୨୦୦୨ରେ, ସେ ବିହାର ବିଧାନ ପରିଷଦର ସଦସ୍ୟ ହୋଇଥିଲେ। ୨୦୧୪ରେ ଭାଜପା ତାଙ୍କୁ ପପୁ ଯାଦବଙ୍କ ସ୍ତ୍ରୀ ରଣଜିତା ରଂଜନଙ୍କ ବିପକ୍ଷରେ ଛିଡା କରିଥିଲା। କିନ୍ତୁ ସେ ଏଠାରେ ମଧ୍ୟ ସଫଳ ହୋଇ ପାରି ନ ଥିଲେ।

Share