ନିଜ ରେକର୍ଡ ନିଜେ ଭାଙ୍ଗିଲେ କାମି ରୀତା…

କାଠମାଣ୍ଡୁ, ୮।୫ : ନେପାଳର ପର୍ବତାରୋହୀ ୫୨ ବର୍ଷିୟ କାମି ରୀତା ଶେର୍ପା ପୁନର୍ବାର ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ନିଜର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ସେ ୨୬ ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖରକୁ ଜିତିବାରେ ସଫଳ ହୋଇଛନ୍ତି। ସେ ଏଭରେଷ୍ଟ ପର୍ବତ ସର୍ବାଧିକଥର ଆରୋହଣ କରିଥିବା ପୃଥିବୀ ଦ୍ୱିତୀୟ ବ୍ୟକ୍ତି।

ସେଭେନ ସମ୍ମିଟ ଟ୍ରେକ୍ସ ପିଭି ଲିମିଟେଡ୍ର ମ୍ୟାନେଜର ଡି ଶେର୍ପା କହିଛନ୍ତି ଯେ କାମି ରୀତା ଏବଂ ତାଙ୍କ ୧୧ ଜଣ ସହଯୋଗୀ ଦଳ ଶନିବାର ସ୍ଥାନୀୟ ସମୟ ପ୍ରାୟ ୭ ଟା ସମୟରେ ୮,୮୪୮.୮୬ ମିଟରରେ ଉଚ୍ଚରେଥିବା ଏହି ଶିଖରରେ ପହଞ୍ଚିଛନ୍ତି।

ମେ ’ମାସରୁ ପର୍ବତାରୋହଣ ପୂର୍ବରୁ ପର୍ବତାରୋହୀଙ୍କୁ ସାହାଯ୍ୟ କରିବା ପାଇଁ ଶେର୍ପା ଟ୍ରେକିଂ ମାର୍ଗରେ ଦଉଡି ଠିକ କରିବା ପାଇଁ ଏକ ଅଭିଯାନ ମଧ୍ୟ କରିଥିଲେ ବୋଲି ସେ କହିଛନ୍ତି। ଚଳିତ ବର୍ଷ ନେପାଳର ପର୍ଯ୍ୟଟନ ବିଭାଗ ୩୧୬ ଜଣଙ୍କୁ ଏଭରେଷ୍ଟର ଶିଖର ଆରୋହଣ ଅନୁମତି ପ୍ରଦାନ କରିଛନ୍ତି। ଗତ ବର୍ଷ ୪୦୮ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା, ଯାହା ସର୍ବାଧିକ ଥିଲା ।

 

ରୀତା ପ୍ରଥମେ ୧୩ ମେ’ ୧୯୯୪ରେ ଏଭରେଷ୍ଟ ଆରୋହଣ କରିଥିଲେ। ଏଭରେଷ୍ଟ ବ୍ୟତୀତ ରୀତା ଗୋଡୱିନ-ଆଷ୍ଟେନ (କେ-୨) ମଧ୍ୟ ଆରୋହଣ କରିଛନ୍ତି। ଏହା ସହିତ ସେ ସଫଳତାର ସହ ଲୋହୋଟେ, ମାନସଲୁ ଏବଂ ଚୋ ଓୟୁ ପର୍ବତ ଶିଖର ମଧ୍ୟ ଆରୋହଣ କରିଛନ୍ତି।

Share