Categories: ଖେଳ

ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା: ଆଇପିଏଲ୍‌ରୁ ବାଦ୍‌ ପଡିଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୯।୪: ପୁଣି ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା। ଦଳର ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ବୋଲର କମଳେଶ ନାଗରକୋଟିଙ୍କ ପିଠିରେ ଆଘାତ ଯୋଗୁ ସେ ଆଇପିଏଲ୍‌ର ପୂରା ସିଜନରୁ ବାଦ୍‌ ପଡିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ସିଜନ ଭଲ ହୋଇନାହିଁ। ଦଳ ଏ ପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ୫ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି, ପ୍ଲେ ଅଫ ଦୌଡରେ ରହିବାକୁ ହେଲେ ଦିଲ୍ଲୀ ଟିମ୍‌କୁ ଆସନ୍ତା ୯ଟି ମ୍ୟାଚରେ ବହୁତ ଭଲ ପ୍ରଦର୍ଶନ କରିବାକୁ ପଡିବ। କମଳେଶ ଏପର୍ଯ୍ୟନ୍ତ ଏହି ସିଜନରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇ ନ ଥିଲେ, ହେଲେ ସେ ସୁସ୍ଥ ହୋଇ ମୈଦାନକୁ ଫେରିବେ ବୋଲି ଟିମ୍‌ ଆଶା କରିଥିଲା।

Share