କାମ୍ପାଲା ସହରକୁ ଥରାଇଲା ସିରିଜ ବିସ୍ଫୋରଣ

କାମ୍ପାଲା,୧୬।୧୧: ଆଫ୍ରିକୀୟ ଦେଶ ଉଗାଣ୍ଡାର ରାଜଧାନୀ କାମ୍ପାଲା ସହରର ସଂସଦ ଭବନ ନିକଟରେ ସୋମବାର ସିରିଏଲ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ସ୍ଥଳଠାରୁ ୧୦୦ମିଟର୍‌ ଦୂରରେ ଥିଲେ ଭାରତୀୟ ପାରା ବ୍ୟାଡମିଣ୍ଟନ ଟିମ୍‌। ତେବେ ବିସ୍ଫୋରଣର ଭାରତୀୟ ଟିମ୍‌ର କୌଣସି କ୍ଷତି ଘଟି ନ ଥିବା ଜଣାପଡିଛି।

ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ ଚାଲିଥିବା ବେଳେ ଘଟିଛି ଏହି ଭୟଙ୍କର ସିରିଏଲ ବିସ୍ଫୋରଣ। ଏଥିରେ ୩୩ଜଣ ଲୋକ ଆହତ ହୋଇଛନ୍ତି।

Share