ଟି୨୦ କ୍ରିକେଟ୍‌ରେ ୧୦୦ ଷ୍ଟମ୍ପିଂ କଲେ ଏହି ଉଇକେଟ୍‌କିପର

କରାଚି, ୧୫।୧୦: ପାକିସ୍ତାନର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କମ୍‌ରାନ ଆକମଲ ଇତିହାସ ରଚିଛନ୍ତି। ଟି୨୦ କ୍ରିକେଟ୍‌ରେ ୧୦୦ ଷ୍ଟମ୍ପିଂ କରିବାରେ ଆକମଲ୍‌ ବିଶ୍ୱର ପ୍ରଥମ ଉଇକେଟ୍‌କିପର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ପୂର୍ବରୁ କ୍ରିକେଟ୍‌ର ଏହି ଛୋଟିଆ ଫର୍ମାରେ କୌଣସି ଉଇକେଟ୍‌କିପର ଏହି ସଫଳତା ପାଇ ନ ଥିଲେ।
ଘରୋଇ ଟି୨୦ ପ୍ରତିଯୋଗିତା ନ୍ୟାଶନାଲ୍‌ ଟି୨୦ କପ୍‌ ଅବସରରେ ୩୮ ବର୍ଷୀୟ କମ୍‌ରନ ଏହି ସଫଳତା ପାଇଛନ୍ତି। ସେଣ୍ଟ୍ରାଲ ପଞ୍ଜାବ ଓ ସର୍ଦନ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ସେ ଏହି ଇତିହାସ ରଚିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଓଭରଅଲ୍‌ ଟି୨୦ ପ୍ରତିଯୋଗିତା (ଜାତୀୟ, ଅନ୍ତର୍ଜାତୀୟ ଓ ବିଭିନ୍ନ ଲିଗ୍‌)ରେ ଭାରତର ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ ସୁଦ୍ଧା ୮୪ ଷ୍ଟମ୍ପିଂ କରି ଏହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ସେହିଭଳି ଶ୍ରୀଲଙ୍କାର କୁମାର ସାଙ୍ଗାକରା (୬୦), ଦୀନେଶ କାର୍ତ୍ତିକ (୫୯), ଆଫଗାନିସ୍ତାନର ମହମ୍ମଦ ଶେହଜାଦ୍‌ (୫୨) ପଛକୁ ପଛ ଏହି ତାଲିକାରେ ରହିଛନ୍ତି।

Share