ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍‌ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ ସଞ୍ଜୟ ଦତ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। କାମ୍ୟା ଗଣେଶ ଚତୁର୍ଥୀ ଅବସରରେ ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳୁଥିବା ଦେଖାଯାଇଛି। ସଞ୍ଜୟ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯାନ୍ତୁ ଏହା କାମନା କରି ଅଖଣ୍ଡ ଜ୍ୟୋତି ଜାଳୁଥିବା ସେ କହିଛନ୍ତି। ନିକଟରେ କ୍ୟାନ୍‌ସର ଯୋଗୁ ଶୁଟିଂରୁ କିଛିଦିନ ବ୍ରେକ୍‌ ନେଉଥିବା ସଞ୍ଜୟ ଦତ୍ତ ଘୋଷଣା କରିଥିଲେ।
ଅଗଷ୍ଟ ୮ରେ ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କର ଏକ କରୋନା ପରୀକ୍ଷା ମଧ୍ୟ ହୋଇଥିଲା, ଯାହାର ରିପୋର୍ଟ ନେଗେଟିଭ୍‌ ଥିଲା। ପରେ ତାଙ୍କର ଫୁସଫୁସ କ୍ୟାନସର ହୋଇଥିବା ଜଣାପଡିଥିଲା।

Share