ବିଧାୟକଙ୍କୁ କନକବର୍ଦ୍ଧନଙ୍କ ଖୋଲା ଚ୍ୟାଲେଞ୍ଜ

ବଲାଙ୍ଗୀର, ୧୮ା୭ (ବୀରେନ୍ଦ୍ର କୁମାର ଝାଙ୍କର): ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ତଥ୍ୟ ମୁତାବକ ଏକ ସଭାରେ କନକ ବର୍ଦ୍ଧନ ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ଗର୍ଜୁଛନ୍ତିି। ଯଦି ବିଧାୟକଙ୍କ ସଦ୍‌ସାହସ ଅଛି ତେବେ ଜନସାଧାରଣଙ୍କ ସମ୍ମୁଖରେ ତାଙ୍କର ରିପୋର୍ଟ କାର୍ଡ ଦିଅନ୍ତୁ। ଭାଜପା କ’ଣ କରିଛି ତାର ରିପୋର୍ଟ କାର୍ଡ ଦିଆଯିବ। ଏଭଳିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ସେ କହିଥିଲେ, ଏକ ଖୋଲାମଞ୍ଚର ଆୟୋଜନ କରନ୍ତୁ ସେଠାରେ ବିଧାୟକ ଆସି ଠିଆ ହୋଇଯିବା ପାଇଁ ଯଦି ରାଜି ହୋଇଯିବେ ତେବେ ସେ ତାଙ୍କର ଅଧାନିଶ କାଟି ବୁଲିବେ। ନଚେତ୍‌ ବିଧାୟକ ନାଣ୍ଡୁ ହୋଇ ବୁଲିବେ କି ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। କୌଣସି କାମ ନ କରି ଅନ୍ୟଲୋକଙ୍କ କାମକୁ ନିଜର କରି ଦେଖାଇବା ହେଉଛି ଏବର ପାଟଣାଗଡ଼ ବିଧାୟକଙ୍କ କାମ ବୋଲି ସେ କହୁଥିବା ଦେଖାଯାଇଛି। କନକବର୍ଦ୍ଧନଙ୍କ ଉକ୍ତ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଲୋଚନାର ବିଷୟ ପାଲଟିଛି। ମାତ୍ର ଏସମ୍ପର୍କରେ ପାଟଣାଗଡ଼ ବିଧାୟକ କିମ୍ବା ତାଙ୍କ ଦଳର କୌଣସି ବ୍ୟକ୍ତି କୌଣସି ପ୍ରତିକ୍ରିୟା ଦେଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ଦଖଲ ଖାଲି କର! PAK ଆର୍ମି ଚିଫଙ୍କ Kashmir ଉପରେ ଦେଇଥିବା ବୟାନକୁ ନେଇ ଜବାବ ରଖିଲା ଭାରତ

ନୂଆଦିଲ୍ଲୀ,୧୭।୪: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏକ ସଦ୍ୟ ବିବୃତ୍ତିରେ କହିଛନ୍ତି ଯେ ‘Kashmir ହେଉଛି ଇସଲାମାବାଦର ଗଳାଶିରା’। ଭାରତ ଏହା ଉପରେ...

TIME 100 List: କିଏ ସେହି Reshma Kewalramani? ଟାଇମ ମାଗାଜିନର Top 10 ଲିଷ୍ଟରେ ସାମିଲ ହେଲେ ଏକମାତ୍ର ଭାରତୀୟ

ନୂଆଦିଲ୍ଲୀ,୧୭।୪: ଟାଇମ ପତ୍ରିକା ୨୦୨୫ ମସିହାରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ଭାରତୀୟ ବଂଶୋଦ୍ଭବ ରେଶମା କେୱଲରାମଣିଙ୍କୁ ମଧ୍ୟ ସାମିଲ...

IPLରେ ପ୍ରଥମ ଦଳ ଭାବେ ଏମିତି କାରନାମା କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭।୪: Ipl 2025ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏକ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ...

“ପରମାଣୁ କ୍ଷେପଣାସ୍ତ୍ର”, ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ସୁପ୍ରିମକୋର୍ଟ ଉପରେ ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ,୧୭।୪: ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖର ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଅନୁଚ୍ଛେଦ...

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ: ରକ୍ତଦାନ କଲେ ବିଜୁପ୍ରେମୀ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଗୁରୁବାର ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ...

କମିବ ବର୍ଷାର ପ୍ରଭାବ, ରାଜ୍ୟରେ ୨୦ ତାରିଖରୁ ତାତି ବଢିବା ସମ୍ଭାବନା

ନୂଆଦିଲ୍ଲୀ,୧୭।୪: ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରେକର୍ଡ ହେଉଛି। ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା...

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ...

ଭାଜପାରେ ମିଶିବେ ବିଜେଡି-କଂଗ୍ରେସର ୩୮ ବିଧାୟକ! ସାଂଘାତିକ ଖୁଲାସା କଲେ ଭାଜପା ବିଧାୟକ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ଭଞ୍ଜନଗରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image