Categories: ଜାତୀୟ

କେରଳ ସିପିଆଇ ନେତା କାନମ ରାଜେନ୍ଦ୍ରଙ୍କ ପରଲୋକ

ଥିରୁଭାନନ୍ତପୁରମ,୮।୧୨: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) କେରଳ ରାଜ୍ୟ ସମ୍ପାଦକ କାନମ ରାଜେନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି।

୭୩ବର୍ଷିୟ କାନମ କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଦଳର ସମ୍ପାଦକ ପଦ ଛାଡିବା ପାଇଁ ଦଳକୁ ଅନୁରୋଧ କରିଥିଲେ। ହେଲେ ଦଳ ତାଙ୍କୁ ହଟାଇ ନ ଥିଲା।

୧୯୫୦ ନଭେମ୍ବର ୧୦ରେ କୋଟାୟାମ ଜିଲାର କାନମ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ସମୟରୁ ହିଁ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୧ରେ, ୨୧ ବର୍ଷ ବୟସରେ ସେ ସିପିଆଇ କେରଳ ରାଜ୍ୟପରିଷଦରେ ଯୋଗ ଦେଇଥିଲେ। ନିଜ ରାଜନୈତିକ କ୍ୟାରିୟରରେ ୧୯୮୨ ଓ ୧୯୮୭ରେ ସେ କୋଟାୟାମ ଜିଲାର ଭାଜୁର ନିର୍ବାଚନମଣ୍ଡଳୀରୁ ଲଢି ଜିତିଥିଲେ । ଏଥିସହ ସେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଫେଡେରେଶନର ରାଜ୍ୟ ସଚିବ ଓ ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (AITUC)ର ରାଜ୍ୟ ସଚିବ ଥିଲେ। ସେହିପରି ୨୦୧୫ରୁ ସେ ସିପିଆଇର ରାଜ୍ୟ ସଚିବ ଥିଲେ।

Share