‘କଞ୍ଚାଲଙ୍କା’ ଆଞ୍ଚଳିକ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଉଛି

କେନ୍ଦ୍ରାପଡ଼ା ଜିଲାରେ ବିଭୁପ୍ରସାଦ ରଥଙ୍କ ଜନ୍ମ। ପୁରୀ ପରେ ଅହମଦାବାଦରେ ପାଠପଢ଼ା। କର୍ପୋରେଟ କ୍ୟାରିଅର ସମୟରେ ଉତ୍ପାଦନଠାରୁ ଆରମ୍ଭ କରି ସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା। ତାଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଅନେକ ସାଟେଲାଇଟ୍‌ ଚ୍ୟାନେଲ ବିକଶିତ ହୋଇଥିଲା। ଓଡ଼ିଶାର ସାଟେଲାଇଟ୍‌ ଟେଲିଭିଜନ ଶିଳ୍ପକୁ ନୂଆ ସଂଜ୍ଞା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏବେ ରାଜ୍ୟର ପ୍ରଥମ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ର ସହପ୍ରତିଷ୍ଠାତା ଭାବେ ସେ ଗୁରୁଦାୟିତ୍ୱ ତୁଲାଉଥିବା ବିଭୁପ୍ରସାଦଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ସାକ୍ଷାତକାର।

ପ୍ର- ଓଟିଟି ଇଣ୍ଡଷ୍ଟ୍ରି ପ୍ରତି କେବେଠୁ, କାହିଁକି ମନ ବଳାଇଲେ?
ଉ- ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ସାଟେଲାଇଟ୍‌ ଚ୍ୟାନେଲ ବିକାଶ କାର୍ଯ୍ୟକାରିତା ଦିଗରେ ମୁଁ କାର୍ଯ୍ୟ କରିଛି। ତେବେ ଡିଜିଟାଲ ଯୁଗ ଆରମ୍ଭରେ ମୁଁ ଏକ ପୂର୍ଣ୍ଣ ବିକଶିତ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲି। ଲୋକମାନେ ପାରମ୍ପରିକ ଟିଭିରୁ ଡିଜିଟାଲ ପ୍ଲାର୍ଟ୍‌ଫମ ପ୍ରତି ଆକର୍ଷିତ ହେଉଥିବା ମୁଁ ଲକ୍ଷ୍ୟ କରିଥିଲି। ୨୦୨୧ରେ ଅକ୍ଷୟ ପରିଜା ଓ ସି.ଆର୍‌. ନାୟକଙ୍କ ସହ ମୁଁ ସହ ପ୍ରତିଷ୍ଠାତା ଭାବେ ଓଡ଼ିଶାର ପ୍ରଥମ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଚାହିଁଥିଲି।

ପ୍ର- କୋଭିଡ୍‌-୧୯ ପରେ ଓଟିଟି ପ୍ଲାଟ୍‌ଫର୍ମର ଚାହିଦା ବଢ଼ିଥିଲା। ଓଡ଼ିଶାରେ ଏହି ସ୍ଥିତି ସମ୍ପର୍କରେ କ’ଣ କହିବେ?
ଉ- ହଁ, କୋଭିଡ୍‌ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ ଡିଜିଟାଲ ମାଧ୍ୟମର ଚାହିଦା ବେଶ୍‌ ବଢ଼ିଯାଇଛି। କମ୍‌ ଖର୍ଚ୍ଚ, ହାଇସ୍ପିଡ୍‌ ଇଣ୍ଟରନେଟ, ସ୍ମାର୍ଟ୍‌ଫୋନ୍‌ ବ୍ୟବହାର ବୃଦ୍ଧି ଏବଂ ଆଞ୍ଚଳିକ କାହାଣୀକୁ ନେଇ ପ୍ରସ୍ତୁତ କଣ୍ଟେଣ୍ଟ କାରଣରୁ ଏହି ଚାହିଦା ବୃଦ୍ଧି ପାଇଛି। ନେଟ୍‌ଫ୍ଲିକ୍ସ, ପ୍ରାଇମ୍‌ ଭିଡିଓ, ଜିଓ ହଟ୍‌ଷ୍ଟାର ଯଦିଓ ଖୁବ୍‌ ଲୋକପ୍ରିୟତା ସାଉଣ୍ଟିଛି, ଅନୁରୂପ ଭାବେ ‘କଞ୍ଚାଲଙ୍କା’ ମଧ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ଆଞ୍ଚଳିକ ଭାଷା, ସଂସ୍କୃତି ଓ ଅନ୍ୟାନ୍ୟ ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ଲୋକେ ଏହାକୁ ଗ୍ରହଣ କରୁଛନ୍ତି।

ପ୍ର- ଏକ୍ଷେତ୍ରରେ କେଉଁସବୁ ସମସ୍ୟା ବା ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ?
ଉ- ଦର୍ଶକଙ୍କୁ ସୁହାଇଲା ଭଳି ଭିନ୍ନଧରଣର ମୌଳିକ କାହାଣୀ ଆଧାରିତ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ। ବର୍ତ୍ତମାନ ଦର୍ଶକଙ୍କ ପାଖରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍‌, ଇଂଲିଶ ଏବଂ କୋରିୟନ୍‌ ଭାଷା ଭଳି ଅନେକ ବିକଳ୍ପ ରହିଛି। ତେଣୁ ବିଶ୍ୱସ୍ତରୀୟ ସ୍ବତନ୍ତ୍ର ଦୃଷ୍ଟିକୋଣକୁ ନେଇ କଣ୍ଟେଣ୍ଟ ପ୍ରସ୍ତୁତ କରି ଦର୍ଶକଙ୍କୁ ବାନ୍ଧିରଖିବାକୁ ପଡ଼ିଥାଏ।

ପ୍ର- ‘କଞ୍ଚାଲଙ୍କା’ର ବର୍ତ୍ତମାନ ସ୍ଥିତି ଓ ଆଗକୁ ଯୋଜନା କ’ଣ ରହିଛି?
ଉ- ଭାରତ ସହ ୧୭ଟି ଦେଶରେ ୧୩ଲକ୍ଷ ଲୋକ ‘କଞ୍ଚାଲଙ୍କା’ ଆପ୍‌ ଇନ୍‌ଷ୍ଟଲ କରିଛନ୍ତି। ସେଥିମଧ୍ୟରୁ ୪.୨୫ ଲକ୍ଷ ଲୋକ ଏହାକୁ ଆକ୍ଟିଭେଟ୍‌ କରିଛନ୍ତି। ଉଭୟ ପ୍ଲେଷ୍ଟୋର୍‌ ଓ ଆପ୍‌ ଷ୍ଟୋର୍‌ରେ ଏହା ଉପଲବ୍ଧ ହେଉଛି। ଏହା ବ୍ୟତୀତ କଞ୍ଚାଲଙ୍କା ଟିଭି ଓଏସ୍‌ ପ୍ଲାଟ୍‌ଫର୍ମ ଆଣ୍ଡ୍ରଏଡ୍‌ ଟିଭି, କ୍ରୋମ୍‌କାଷ୍ଟ, ଆପଲ୍‌ ଟିଭି ଏବଂ ଫାୟାର୍‌ ଟିଭିରେ ମଧ୍ୟ ଉପଲବ୍ଧ ହେଉଛି। ଲୋକଙ୍କ ନିକଟରେ ସହଜରେ ପହଞ୍ଚତ୍ବା ପାଇଁ ଆମେ ସବୁ ପ୍ରୟାସ କରୁଛୁ। ଷ୍ଟ୍ରିମିଂ ହେଉଥିବା ୧୧୮ଟି ଟାଇଟଲ୍‌ ମଧ୍ୟରେ ଓ୍ବେବ୍‌ ସିରିଜ, ମୁଭିଜ୍‌, ଶର୍ଟ ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ଆଦି ରହିଛି। ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ, ବାରଙ୍ଗ ୧୯୯୯, ଓଖା ଏକ୍ସପ୍ରେସ୍‌, ହେଲୋ ରାବଣ, ଭୁବନେଶ୍ୱର ନାଇଟ୍‌ ଆଦି ଖୁବ୍‌ ପ୍ରଶଂସା ତଥା ଲୋକପ୍ରିୟତା ହାସଲ ହୋଇଛି। ଗ୍ୟାଙ୍ଗସ୍‌ ଅଫ୍‌ ପୁରୀର ସିଜନ୍‌-୨ ଆସନ୍ତା ମାସ ସୁଦ୍ଧା ପ୍ରଦର୍ଶିତ ହୋଇପାରେ। ଚଳିତବର୍ଷ ଶେଷସୁଦ୍ଧା ଦର୍ଶକ ‘ସଚିବ: ଦ ମ୍ୟାନ୍‌ ଇନ୍‌ ଏ ହରି’ ଦେଖିବାକୁ ପାଇବେ।

ପ୍ରଶ୍ନ: ମନୋରଞ୍ଜନ ଶିଳ୍ପରେ ଭବିଷ୍ୟତ ଗଢ଼ିବାକୁ ଚାହଁୁଥିବା ଉଦ୍ୟୋଗୀଙ୍କ ପାଇଁ କିଛି ପରାମର୍ଶ?
ଉ – ଡିଜିଟାଲ ଯୁଗରେ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଉଭୟ ବୈଶ୍ୱିକ ଓ ଗଣତାନ୍ତ୍ରିକ ହୋଇପଡ଼ିଛି। କେବଳ ଓଡ଼ିଶାରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଆମର ପ୍ରତିଯୋଗିତା ଲାଗିରହିଛି। ହାତରେ ଗୋଟିଏ ମୋବାଇଲ୍‌ ଫୋନ୍‌ ଥିଲେ ଜଣେ ବ୍ୟକ୍ତିଗତ କଣ୍ଟେଣ୍ଟ କ୍ରିଏଟର୍‌ ମୌଳିକ କାହାଣୀକୁ ନେଇ ବଡ଼ ବଡ଼ ଅନୁଷ୍ଠାନ ସହ ମଧ୍ୟ ମୁକାବିଲା କରିପାରେ। ତେଣୁ ଯୁବ ଉଦ୍ୟୋଗୀମାନେ ସ୍ବତନ୍ତ୍ର ଚିନ୍ତାଧାରା ସହ ଆଞ୍ଚଳିକ କଥାବସ୍ତୁକୁ ନେଇ ଆଗକୁ ବଢ଼ିପାରିବେ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସିଖବର, ଏହି ଦିନ ବଢିବ DA

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା...

୧୧ ଟି ଜିଲାରେ ୬,୧୧୭ କୋଟି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୩: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳତା ପରେ, ୧୩୫ ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ...

ଫେବୃଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ରେ ସ୍ଥିର

ନୂଆଦିଲ୍ଲୀ,୧୭।୩: ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହା ୨.୩୮% ରେ...

ଏଣିକି ଭଏସ କମାଣ୍ଡରେ ସ୍କ୍ରୋଲ କରିପାରିବେ Instagram ରିଲ୍ସ, ଜାଣନ୍ତୁ ନୂଆ ଫିଚର ବିଷୟରେ…

ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ...

କମିଲା ରେଲଓ୍ବେର ଏହି ଷ୍ଟକ, ମାର୍ଚ୍ଚ ୨୦ ଭିତରେ ଶୀଘ୍ର କିଣି ନିଅନ୍ତୁ!

ଚଳିତ ସପ୍ତାହରେ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (IRFC)ର ଶେୟାର ଖବରରେ ଅଛି। କମ୍ପାନୀ ୧୭ ମାର୍ଚ୍ଚ, ୨୦୨୫ ରେ ବୋର୍ଡ ବୈଠକର ତାରିଖ ସ୍ଥିର...

କାହିଁକି ହୁ ହୁ ହୋଇ ବଢୁଛି ଜମିର ମୂଲ୍ୟ, ସାମ୍ନାକୁ ଆସିଲା ବଡ଼ ସତ

ଗତ କିଛି ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ ସେକ୍ଟରରେ ଏକ ବଡ଼ ଉନ୍ନତିର ସାକ୍ଷୀ ହୋଇଛି। କେବଳ ଫ୍ଲାଟ ନୁହେଁ, ଜମିର ମୂଲ୍ୟ ମଧ୍ୟ ଦ୍ରୁତ...

Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା...

ମହଙ୍ଗା ମାଡରେ ଯୁଝୁଛି ଏହି ରାଜ୍ୟ, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୪।୩: ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିଲେ ମଧ୍ୟ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO)ର ତଥ୍ୟ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image