କାନ୍ଧାହାର ପାଲଟିଛି ଯୁଦ୍ଧକ୍ଷେତ୍ର, ୨୦ ପ୍ରଦେଶରେ ମୁହାଁମୁହିଁ ସ୍ଥିତି…

କାବୁଲ,୨୯।୭: ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଘଜନୀ, ତାଖର, ହେଲମାଣ୍ଡ ଏବଂ ବାଗଲାନ ପ୍ରଦେଶରେ ଗୃହଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ପୂର୍ବରୁ ତାଲିବାନର ଗଡ଼ କୁହାଯାଉଥିବା କାନ୍ଧାହାର ପ୍ରଦେଶ ଏବେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଯୋଗୁ ଜରବନ ଭୟରେ ହଜାର ହଜାର ଲୋକ କାନ୍ଧାହାର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ତାଲିବାନ ସମଗ୍ର ସହରକୁ ଘେରି ରହିଛି। ଉଭୟ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି।
ଟୋଲୋ ନ୍ୟୁଜ ଅନୁସାରେ, ମାଇମାନା ସହର ଉପରେ କେତେକ ରକେଟ ମାଡ଼ ହୋଇଛି। ସହରଟି ଫରିୟାବ ପ୍ରଦେଶର କେନ୍ଦ୍ର ସ୍ଥଳରେ ରହିଛି। ସୁରକ୍ଷା ଦୃଷ୍ଟିରୁ ହେରାଟ ପ୍ରଦେଶର ହେରାଟ ସହରରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛିି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଫୱାଦ ଅମାନ କହିଛନ୍ତି ଯେ ତାଲିବାନ ବିରୋଧରେ ଆଫଗାନିସ୍ତାନ ସୈନ୍ୟବାହିନୀ ପକ୍ଷରୁ ଅକାଶରୁ ବୋମା ମାଡ଼ କରାଯିବା ସହିତ ସ୍ଥଳଭାଗରେ ପ୍ରତି ଆକ୍ରମଣ ଜାରି ରହିଛି।ଫଳରେ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସୈନ୍ୟମନେ ତାଲିବାନଙ୍କ କବଳରୁ ବିଭିନ୍ନ ଜିଲାକୁୁ ମୁକ୍ତ କରାଯିବା ଉଦ୍ୟମ କରାଯାଉଥିବା ସେ କହିଛନ୍ତିି।

Share