ଗଞ୍ଜେଇ ଚାଲାଣବେଳେ ମାଡିବସିଲା ପୋଲିସ: ଦୁଇ ଗିରଫ

ବାଲିଗୁଡା,୨।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବାବେଳେ ଗୋଇବନ୍ଧା ଛକଠାରେ ଏକ ବାଇକ (ନଂ.ଓଡି-୦୩-ୱାଇ- ୪୪୬୪) ଯୋଗେ ଗଞ୍ଜେଇ ଚାଲଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ମାଡି ବସିଥିଲା l ଉକ୍ତ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ବରଗଡ ଜିଲା ଖଇରାପାଲି ଅଞ୍ଚଳର ସୁଶୀଲ କୁମ୍ଭାର ଓ ବଲାଙ୍ଗୀର ଜିଲ୍ଲା ମୋହନାବନ୍ଧ ଅଞ୍ଚଳର ବାଳକୃଷ୍ଣ ଦାସ ଉଭୟଙ୍କ ପାଖରୁ ୧୦ କିଲୋ ୧୫୦ ଗ୍ରାମ ଗଂଜେଇ ସହ ନଗଦ ୨୫୦୦ ଟଙ୍କା ଓ ଦୁଇ ମୋବାଇଲ ଜବତ କରାଯାଇ ସେମାନଙ୍କ ନାମରେ କେଶ ନଂ.୨୦୧/୨୪ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ବିଷୟ ବାଲିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

Share