ଫୁଲବାଣୀ ଅଫିସ, ୧୮।୮: କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ନାମରେ ହ୍ବାଟସ ଆପ୍ରେ ମେସେଜ କରି କେହି ଜଣେ ବ୍ୟକ୍ତି ଟଙ୍କା ମାଗୁଛନ୍ତି। ଏ ନେଇ କର୍ଣ୍ଣ ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି । କର୍ଣ୍ଣଙ୍କ କହିବା ଅନୁସାରେ ହ୍ବାଟସ୍ଆପ ଡିପିରେ ତାଙ୍କ ଫଟୋ ରଖି କୌଣସି ବ୍ୟକ୍ତି ଜଣାଶୁଣା ଲୋକଙ୍କୁ ମେସେଜ ପଠାଉଛନ୍ତି। ସେ ବିଭିନ୍ନ ପ୍ରକାର ମେସେଜ କରିବା ପରେ ଆର୍ଥତ୍କ ସାହାଯ୍ୟ ମାଗୁଛନ୍ତି। ଏଭଳି ମେସେଜ ପାଇଥିବା କିଛି ପରିଚିତ ବ୍ୟକ୍ତି ଫୋନ କରି କର୍ଣ୍ଣଙ୍କୁ ପଚାରିଥିଲେ। ମେସେଜ ଅନେକ ଲୋକଙ୍କ ପାଖକୁ ଯାଇଥିବା ଜାଣିବା ପରେ କର୍ଣ୍ଣ ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା(ନଂ.୨/୨୨) ରୁଜୁ ହୋଇଥିବା ଥାନା ଅଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି।