ଜିଲାପାଳଙ୍କୁ ଝୁରୁଛନ୍ତି ଦୁର୍ଗମ ଅଞ୍ଚଳବାସୀ: ସ୍କୁଟିରେ ବୁଲି ଲୋକଙ୍କ ବୁଝୁଥିଲେ ସମସ୍ୟା

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ):କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଝୁରୁଛନ୍ତି ଦାରିଙ୍ଗବାଡିର ଏକାଧିକ ଦୁର୍ଗମ ଅଞ୍ଚଳବାସୀ। ସେ ଆଉ ଅଞ୍ଚଳରେ ଜଣେ ସାଧାରଣ ମଣିଷ ଭଳି ସ୍କୁଟିରେ ବୁଲୁନାହାନ୍ତି। ଲୋକଙ୍କ ସମସ୍ୟା ଶୁଣୁଥିଲେ ସିଧା ଲୋକଙ୍କ ନିକଟକୁ ଯାଉଥିଲେ ହେଲେ ଗତ କିଛି ଦିନ ହେଲା ସେ ଆଉ ସ୍କୁଟି ରେ ଅଚାନକ ପହଞ୍ଚୁ ନ ଥିବା କୁହାଯାଉଛି।

ପ୍ରକାଶ ଯେ, ଗତ ବର୍ଷ ଅଗଷ୍ଟ ମାସରେ ପ୍ରତି ରବିବାର ଜିଲାପାଳ ଦାରିଙ୍ଗବାଡିର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲେ। ସେ ଲୋକଙ୍କ ସହ ଜଣେ ସାଧାରଣ ଲୋକଙ୍କ ଭଳି ମିଶୁଥିଲେ ଓ କୃଷି, ଜଳ ସେଚନ, ଜୀବନଜୀବିକା ଉପରେ ଲୋକଙ୍କୁ ସିଧା ଆଲୋଚନା କରି ସ୍ଥାନୀୟ ପ୍ରଶାସନକୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିଲେ। ସେହିପରି ବିଭିନ୍ନ ଛାତ୍ରାବାସରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସମସ୍ୟା ଓ ସେମାନଙ୍କ ସୁବିଧା ଅସୁବିଧା, ସମ୍ପର୍କରେ ଅବଗତ ହେଉଥିଲେ ଏବେ ସେ ସବୁ ବନ୍ଦ ହୋଇଯାଇଛି । ଜିଲାପାଳ ଦାରିଙ୍ଗବାଡିର ଡାକ ବଙ୍ଗଳାରେ ପହଞ୍ଚି ସେଠାରୁ ବ୍ଲକ କର୍ମଚାରୀଙ୍କ ସ୍କୁଟି ନେଇ ପର୍ଯ୍ୟଟନକ୍ଷେତ୍ର ସମେତ ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଉଥିଲେ। ଫଳରେ ସରକାରୀ କର୍ମଚାରୀ ଚଳଚଞ୍ଚଳ ହେବା ସହ ଲୋକଙ୍କ ଜୀବନଜୀବିକାରେ ପରିବର୍ତ୍ତନ ହେବାରେ ଜିଲାପାଳ ସହାୟକ ହୋଇଥିଲେ। ତେବେ ଦୁର୍ଗମ ସୋନପୁରର ମୁଚୁଡ଼ିପାଙ୍କା ଗ୍ରାମଠାରୁ ଆରମ୍ଭ କରି ପାଙ୍ଗାଲି, ଡବେରୀ ଆଦି ଅଞ୍ଚଳ ସେ ସ୍କୁଟିରେ ଶେଷଥର ପାଇଁ ଗତ ଅଗଷ୍ଟ ୧୯ରେ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ, ଜିଲାପାଳ ଦାରିଙ୍ଗବାଡି ବୁଲିବା ସମୟରେ ପର୍ଯ୍ୟଟନକ୍ଷେତ୍ର ବିଶେଷ କରି ଡୁଲୁରୀ ପାଇନ ବଣରେ ଟ୍ରାକିଂ ଟ୍ରେଲ କରାଯାଇଥିବା ସହ ଦାରିଙ୍ଗବାଡିରେ ଏକାଧିକ ଗ୍ରାମରେ ଜଳ ସେଚନ ବ୍ୟବସ୍ଥା, ଲୋକଙ୍କ ଜୀବନଜୀବିକାରେ ସ୍ବାବଲମ୍ବୀ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ମାରାଥନ ଜେରା

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ୧୨ ତାରିଖ ସକାଳେ କୋଟିନଡା ଗ୍ରାମର ଟ୍ରାନ୍ସଜେଣ୍ଡର ଅଜିତ...

ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ବିକ୍ଷୋଭ

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର): ଦେଶର ସଂସଦ ଦ୍ୱାରା ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଅତ୍ୟାଚାର, ହିଂସା, ପୋଡାଜଳା...

Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…

ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ...

ସମ୍ବଲପୁରରେ ୧୪୦୦ ଜଣଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ୧୮ ଜଣଙ୍କୁ ତୁରନ୍ତ ୧୯ ଲଷ ଟଙ୍କାର ଚିକିତ୍ସା ସହାୟତା 

ଭୁବନେଶ୍ୱର,୨୧।୪: ସମୟ ଥିଲା ସକାଳ ୮ ଟା। ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର। କାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଲୋକଙ୍କ...

ବିବାହ ବାର୍ଷିକୀରେ ଏମିତି କାମ କଲେ ଐଶ୍ୱର୍ଯ୍ୟା: ବଢୁଛି ଚର୍ଚ୍ଚା

ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ ଗତ କିଛି ମାସ ଭଲ ନ ଥିଲା। ବଚ୍ଚନ ପରିବାର ମଧ୍ୟରେ...

ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି

ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ...

ମନ୍ଦିର ଯାଇ ଦୀପରୁ ଦୀପ ଲଗାଉଛନ୍ତି କି? ଜାଣନ୍ତୁ ଏପରି କରିବା କାହିଁକି ଭୁଲ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ୧୦ଟା ପରେ ବାହାରକୁ ବାହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image