ଆଦିବାସୀ ମେଳାରେ ଲୋକଙ୍କ ମନ ଜିଣୁଛି କନ୍ଧମାଳ ସାମଗ୍ରୀ: ଆକର୍ଷଣ ପାଲଟିଛି କୁଟିଆ କନ୍ଧଙ୍କ ଘର

ଦାରିଙ୍ଗବାଡି,୭।୧(ଅରୁଣ ସାହୁ): ରାଜ୍ୟ ଆଦିବାସୀ ମେଳାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ପାରମ୍ପରିକ ସାମଗ୍ରୀ ବିକ୍ରୀ ହେଉଛି। ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ୫ଟି ଷ୍ଟଲ ଆଦିବାସୀ ମେଳାରେ ସ୍ଥାନ ପାଇଥିବାବେଳେ ଦାରିଙ୍ଗବାଡି ବ୍ଲକରୁ ୩ଟି ଷ୍ଟଲ  ସ୍ଥାନ ପାଇଛି। ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗାଁ ଗାଁରେ ମହିଳାମାନଙ୍କୁ ନେଇ ବନ ଧନ ବିକାଶ କେନ୍ଦ୍ର କରାଯାଇ ବିଭିନ୍ନ ପାରମ୍ପରିକ ସାମଗ୍ରୀକୁ ପ୍ରସ୍ତୁ୍‌ତି କରି ବିକ୍ରିବଟା କରାଇ ସ୍ବାବଲମ୍ବୀ କରାଇଛନ୍ତି।
ଏହି ମେଳାରେ କନ୍ଧମାଳର ହଳଦୀ, ସୋରିଷ, କୁଏରୀ, ମାଣ୍ଡିଆ, ହଳଦୀ ଗୁଣ୍ଡ, କାଙ୍ଗୁ, ଫୁଲଝାଡୁ ଭଳି କନ୍ଧମାଳର ପାରମ୍ପରିକ ସାମଗ୍ରୀ ତଥା ଜଙ୍ଗଲ ଜାତୀୟ ସାମଗ୍ରୀ ମହୁ, ଝୁଣା, ପାଳୁ ଆଦି ବିକ୍ରି କରାଯାଉଛି। ସେହିପରି ଡୋକରା କଳାକୃତି ସାମଗ୍ରୀ ମଧ୍ୟ ସେଠାରେ ବିକ୍ରି ହେଉଥିବାବେଳେ ସେଠାରେ କୁଟିଆ କନ୍ଧଙ୍କ ଚଳଣି ଗୃହ କରାଯାଇଛି। ଯେଉଁଠି ଆଦିବାସୀଙ୍କ ଚଳଣି, ଚାଷ କାର୍ଯ୍ୟ, ପାରମ୍ପରିକ ଖାଦ୍ୟ କନ୍ଧମାଳର କଳା ସଂସ୍କୃତି, ସାହିତ୍ୟ ଆଦି ସେଠାରେ ଦର୍ଶକ ଦେଖିପାରିବେ ବୋଲି ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି। ସେ ନିଜେ ସେଠାରେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି। ଏହି ସମସ୍ତ ଷ୍ଟଲ ଓ କୁଟିଆ କନ୍ଧଙ୍କ ଚଳଣି ଘର ଆଦିକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନୁସୂଚିତ ଜାତି ଓ ଜନଜାତି ତଥା ଗଣ ଶିକ୍ଷମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ବୁଲି ଦେଖିବା ସହ ପ୍ରଂଶସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାସା ଆଣିଲା ଜବରଦସ୍ତ ଅଫର୍‌:ଟଏଲେଟ୍‌ ସଫା କଲେ ମିଳିବ ୨୫ କୋଟି ଟଙ୍କା

ଓ୍ବାଶିଂଟନ,୧୪।୪:ନାସା ସାରା ବିଶ୍ୱର ସୃଜନଶୀଳ ଲୋକଙ୍କ ପାଇଁ ଏକ ବିଶେଷ ଚ୍ୟାଲେଞ୍ଜ ଉପସ୍ଥାପନ କରିଛି। ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ହେଉଛି ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବା,...

ଚୋକସିଙ୍କ ପ୍ରତ୍ୟର୍ପଣ ଅନୁରୋଧ ଦାଖଲ କରିଛି ଭାରତ: ବେଲଜିୟମ କର୍ତ୍ତପକ୍ଷ

ବ୍ରସେଲସ,୧୪।୪: ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ସୋବାର ବେଲଜିୟମରୁ ଗିରଫ କରାଯାଇଛି। ଚୋକସିଙ୍କ ଗିରଫଦାରୀ ପରେ, ଆଲୋଚନା ହେଉଛି ଯେ ୨୬,୧୧ ଆକ୍ରମଣର ମାଷ୍ଟରମାଇଣ୍ଡ...

ସନ୍ତରଣରେ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଜର୍ମାନୀର ଏହି ଅଲିମ୍ପିକ ଚାମ୍ପିୟନ

ଷ୍ଟକ୍‌ହାମ,୧୪ା୪: ଜର୍ମାନୀର ଅଲିମ୍ପିକ ଚାମ୍ପିୟନ ଲୁକାସ ମାର୍ଟେନ୍ସ ପୁରୁଷ ୪୦୦ ମିଟର ଫ୍ରିଷ୍ଟାଇଲ ରେକର୍ଡ ଭଙ୍ଗ କରିଛନ୍ତି। ସ୍ବିମ୍‌ ଓପନ୍‌ ଷ୍ଟକ୍‌ହାମରେ ସେ ଏହି ସଫଳତା...

ବ୍ଲକ ପ୍ରଶାସନର ନିର୍ଦ୍ଦେଶ ପରେ ମଧ୍ୟ ଡିଏସସି ଫେରସ୍ତ କରୁନାହାନ୍ତି ପଦଚ୍ୟୁତ ସରପଞ୍ଚ:ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାସୃଷ୍ଟି

ଥୁଆମୂଳ ରାମପୁର,୧୪।୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମ୍ବାରୀ ମାଝୀ ଅନାସ୍ଥା ଭୋଟରେ ହାରି ଯାଇଥିବା...

ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ବାଇକ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ କୁଲାଡର ସୁଷମା...

ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର...

ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ

ମୋହନା,୧୪।୪(ମନ୍ମଥ ମିଶ୍ର): ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏହି ପବିତ୍ର ଦିନରେ ଉତ୍ସବ ମୁଖର ହୋଇ ଉଠିଛି...

ହାଇଦ୍ରାବାଦ: SRH ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୪।୪: ସୋମବାର ହାଇଦ୍ରାବାଦର ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ ପରେ SRH ଖେଳାଳିମାନଙ୍କୁ ପାର୍କ ହାୟାତରୁ ସ୍ଥାନାନ୍ତରିତ କରାଯାଇଛି। ଗୋଟିଏ ମହଲାରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image