ଦିଲ୍ଲୀରେ ବଢୁଛି କନ୍ଧମାଳ ତେନ୍ତୁଳିର କ୍ରେଜ୍‌: ଏତିକି ଟଙ୍କାରେ ହେଉଛି ବିକ୍ରି

ଦାରିଙ୍ଗବାଡି, ୧୬।୧୦(ଅରୁଣ ସାହୁ): ଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ବାଣିଜ୍ୟ ମେଳାରେ ଓଡିଶାରୁ ପ୍ରାୟ ୪୦ଟି ଷ୍ଟଲ ପଡିଛି। ସେଥିମଧ୍ୟରେ ମିଶନ ଶକ୍ତି ପକ୍ଷରୁ ପାରମ୍ପରିକ ଖାଦ୍ୟ କନ୍ଧମାଳର ଜୈବିକ କଞ୍ଚା, ଶୁଖିଲା ଓ ଗୁଣ୍ଡ ହଳଦୀ ସମେତ ତେନ୍ତୁଳି, ଭଜା ମୁଗଡାଲି ଆଦିର ଚାହିଦା ଅଧିକା ରହିଛି। ହଳଦୀଠାରୁ ତେନ୍ତୁଳିର ବିକ୍ରି ଅଧିକା ରହିଥିବା ମିଶନ ଶକ୍ତିର ମହିଳା ତଥା ଲକ୍ଷ୍ୟପତି ଦିଦି ଝରଣା ସାହୁ କହିଛନ୍ତି।

ଝରଣା କନ୍ଧମାଳ ଜିଲା ଦାରିଙ୍ଗବାଡିରୁ ଏହି ମେଳାରେ ଯୋଗଦେବାକୁ ଯାଇଛନ୍ତି। ତାଙ୍କୁ ସେଠି ପ୍ରଭାକର ସାହୁ ବିକ୍ରିବଟାରେ ସହାୟତା କରୁଥିବା ବେଳେ ପ୍ରଥମ ଦିନରେ ୧୧ ହଜାର ଟଙ୍କା ବିକ୍ରି ହୋଇଥିବାବେଳେ ଦିତୀୟଦିନ ଅର୍ଥାତ ଶୁକ୍ରବାର ୩୫ ହଜାର ଟଙ୍କା ବିକ୍ରି ହୋଇଛି। ସର୍ବାଧିକ ତେନ୍ତୁଳି ବିକ୍ରି ହେଉଛି। କନ୍ଧମାଳର ତେନ୍ତୁଳି ଅଧିକା ଖଟା ଓ ସୁସ୍ବାଦ ଯୋଗୁ ଦିଲ୍ଲୀବାସୀ ଏହି ତେନ୍ତୁଳିକୁ ଅଧିକା ପସନ୍ଦ କରୁଥିବା ଝରଣା କହିଛନ୍ତି।

ସେ କହିଛନ୍ତି, ଦାରିଙ୍ଗବାଡିରେ ତେନ୍ତୁଳି କିଲୋଗ୍ରାମ ପିଛା ୧୭୦ ରୁ ୨୦୦ ପର୍ଯ୍ୟନ୍ତ ବିକ୍ରି ହେଉଥିବାବେଳେ ଦିଲ୍ଲୀରେ ଏହାର ଦାମ ୩୦୦ ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ସେହିପରି ହଳଦୀ ଗୁଣ୍ଡ ଦାରିଙ୍ଗବାଡିରେ ୧୭୦ରେ ବିକ୍ରି କରାଯାଉଥିବା ବେଳେ ଦିଲ୍ଲୀରେ ଏହାର ଦାମ ୩୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ସେହିପରି ଅନ୍ୟସାମଗ୍ରୀ ମଧ୍ୟରେ ଭଜା ଓ କଞ୍ଚା ମୁଗଡାଲି, ସୋରିଷ,ଗରମ ମସଲା, ତ୍ରିଫଳା, ଅଁଳା,ଫୁଲ ଝାଡୁ, ମୁଢି, ମାଣ୍ଡିଆ ଚୁନା, ଆଦି ବିକ୍ରି କରାଯାଉଛି।

ସୂଚନାଯୋଗ୍ୟ ଯେ, ସରକାରଙ୍କ ମିଶନ ଶକ୍ତିର ମହିଳା ମାନଙ୍କୁ ବିଭିନ୍ନ ମେଳାରେ ବିକ୍ରିବଟା କରିବାକୁ ସୁଯୋଗ ସୃଷ୍ଟି କରିବାରୁ ଏବେ ମହିଳାମାନେ ସ୍ବାବଲମ୍ବୀ ହେବା ସହ ଉଦ୍ୟୋଗୀ ହୋଇପାରୁଛନ୍ତି,ଯାହା ଏହି ଝରଣା ସାହୁଙ୍କ ସମେତ ଅନେକ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତଳେ ବସି ରହିଛି ମୃତଦେହ, ବେକରେ ଲାଗିଛି ରଶି; ହତ୍ୟା ଅଭିଯୋଗ ଆଣିଲେ ପରିବାର

ନୀଳଗିରି,୩୧।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ ହସ୍ପିଟାଲ ନିକଟସ୍ଥ ତିନିକୋଶିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ...

ଦଣ୍ଡନାଚରେ ଅଘଟଣ: ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ବାପାପୁଅ

ବ୍ରହ୍ମପୁର,୩୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଦିନକୁ ଦିନ ଗଞ୍ଜାମ ଜିଲା ଅଶାନ୍ତ ହେବାରେ ଲାଗିଛି। ୪୮ ଘଣ୍ଟା ମଧ୍ୟରେ ଜିଲାରେ ତିନୋଟି ମୁଣ୍ଡ ଗଡିଛି। ଗତ ଶୁକ୍ରବାର...

ପରିତ୍ୟକ୍ତ ଅବସ୍ଥାରେ ସିମନବାଡ଼ି ଯାତ୍ରୀ ବିଶ୍ରାମାଗାର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ; ରୂପାନ୍ତର ଲାଗି ଉଠୁଛି ଦାବି

ଦାରିଙ୍ଗବାଡି, ୩୧। (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ମୁଖ୍ୟ ବଜାର ଭାବେ ପରିଚିତ ସିମନବାଡି ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଏବେ ପରିତ୍ୟକ୍ତ...

କେନ୍ଦୁଝର ମାଟିର ପୁଅ ଶହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର,୩୧।୩: କେନ୍ଦୁଝରର ଶହୀଦ ଯବାନ ରାଜକିଶୋର ମୁଣ୍ତାଙ୍କ ମରଶରୀର ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ...

ସରିଲା ରେଲଓ୍ବେ ଟ୍ରାକ୍‌ ମରାମତି କାମ, ଖୁବ୍‌ଶୀଘ୍ର ଚାଲିବ ଟ୍ରେନ୍‌

ଚୌଦ୍ୱାର,୩୧।୩:କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍‌ ମରାମତି...

ହାଇଓ୍ବାକୁ ପିଟିଲା ଟ୍ରଲର୍‌; ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଆନନ୍ଦପୁର,୩୧।୩(ସୁଶାନ୍ତ କୁମାର ସାହୁ ): ଜାତୀୟ ରାଜପଥ ୨୦ ନମ୍ବର ଘସିପୁରା ଥାନା ଶୈଲଙ୍ଗ ବିଜି ମୋଟର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୋମବାର ଭୋର...

ବାପା ଜୟନାରାୟଣଙ୍କୁ ଅନୁସରଣ କଲେ ଶୁଭଶ୍ରୀ,ବନ୍ଦେ ଉତ୍କଳ ଜନନୀ ଗାନବେଳେ ବସି ରହିଲେ

ସମ୍ବଲପୁର,୩୧ା୩(ଭବାନୀ ଶଙ୍କର ଭୋଇ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଅନୁଷ୍ଠିତ ଏକ...

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ସନ୍ଧ୍ୟା ୫ରୁ ରାତି ୧୦ ଯାଏ ଦର୍ଶନ ବନ୍ଦ

ପୁରୀ,୩୧ା୩(ଅଜିତ୍‌ କୁମାର ମହାନ୍ତି): ଚୈତ୍ର ମାସ ଶୁକ୍ଳ ଦ୍ୱିତୀୟା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image