କନ୍ଧମାଳ ହଳଦୀ ଦର ବୃଦ୍ଧି, ଚାଷୀ ଉତ୍ସାହିତ

ରାଇକିଆ,୧୦।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲାର ସବୁଠାରୁ ଅର୍ଥକାରୀ ଫସଲ ହଳଦୀ ଦର ଏବେ ବୃଦ୍ଧି ହୋଇଛି। ଏବେ କିଲୋ ପ୍ରତି ୧୩୦ ଟଙ୍କା ରହିଛି ହଳଦୀ ଦର। ଶେଷ ଥର ପାଇଁ ୨୦୦୯-୧୦ରେ ହଳଦୀ ଦର ୧୫୦ ଛୁଇଁ ଥିଲା। ଏକଦା ଜିଲାରେ ସର୍ବାଧିକ ଚାଷ କରାଯାଉଥିବା ହଳଦୀ ଦର କ୍ରମାଗତ ହ୍ରାସ ଯୋଗୁ ଦିନକୁ ଦିନ ଏହି ଚାଷରୁ ମୁଁହ ଫେରାଇଥିଲେ ଚାଷୀ ।

ଚାଷୀ ହଳଦୀ ଛାଡ଼ି ବିଭିନ୍ନ ପନିପରିବା ଚାଷ ପ୍ରତି ଆକର୍ଷିତ ହୋଇଥିଲେ । ପରିସ୍ଥିତି ଏପରି ଉପୁଜିଥିଲା ଜିଆଇ ମାନ୍ୟତା ପ୍ରାପ୍ତ ପ୍ରସିଦ୍ଧ କନ୍ଧମାଳ ହଳଦୀର କିଲୋ ପ୍ରତି ଦର ୪୦କୁ ଖସି ଆସିଥିଲା । ଜୁନରୁ ମାର୍ଚ୍ଚ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ଉତ୍ପାଦନ ପରେ ବ୍ୟବସାୟୀଙ୍କ ପାଖରେ ପହଞ୍ଚିଲା ବେଳେ ବହୁତ କମ ଦରରେ ବିକ୍ରୀ କରୁଥିଲେ ଚାଷୀ । ଗତ ଦୁଇ ବର୍ଷ ହେଲା ହଳଦୀ ଦର ସାମାନ୍ୟ ଉପର ମୁହାଁ ହୋଇଥିଲା । ପ୍ରଥମେ୫୦ ରୁ ୬୦ ଟଙ୍କାରେ ବିକ୍ରି ହୋଇଥିଲା ।

ପରବର୍ତ୍ତୀ ସମୟରେ ୭୦ରୁ ଊଦ୍ଦର୍‌ବ ମଧ୍ୟ ଛୁଇଁଥିଲା ଏହାର ଦର । ଚଳିତ ବର୍ଷ ୧୩୦ ଟଙ୍କାରେ ପହଞ୍ଚିଛି ହଳଦୀ । ହେଲେ ୧୫ବର୍ଷ ହେଲା ଉଚିତ ଦରରେ ବିକ୍ରି ନ ହେବା ଯୋଗୁ ଏହି ଚାଷରୁ ଦୂରେଇ ଯାଇଛନ୍ତି ଚାଷୀ । ମୁରୁଡିକୁପୁଡ଼ା ଅଞ୍ଚଳର ଚାଷୀ ବରଦତ ଦିଗାଲ କୁହନ୍ତି, ପୂର୍ବରୁ ହଳଦୀ ଚାଷ କରୁଥିଲୁ । କିନ୍ତୁ କିଛି ବର୍ଷ ହେଲା ଦର ହ୍ରାସ ଯୋଗୁ କ୍ଷତି ସହିଥିଲୁ। ଫଳରେ ଏହି ଚାଷ ଛାଡ଼ିବାକୁ ବାଧ୍ୟ ହେଲୁ । ଏହାର ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ବର୍ଷ ତମାମ ପରିଶ୍ରମ କରିବାକୁ ପଡ଼ିଥାଏ। ସେହି ତୁଳନାରେ କମ୍‌ ଦରକୁ ଖସି ଆସିଥିଲା ହଳଦୀ ଦର । ଏବେ ଭଲ ରେଟ୍‌ ଅଛି । ଏହି ପରି ଯଦି ଆଗକୁ ଦର ସ୍ଥିର ରହିବ ନିଶ୍ଚିତ ଭାବେ ଲୋକେ ଏହି ଚାଷ ପ୍ରତି ପୁଣି ମନ ବଳାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବିରୋଧରେ ତାତିଲେ ମହିଳା

କୁତ୍ରା,୨୭ା୪(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ବୁଡାକଟା ଗ୍ରାମର ମହିଳାମାନେ ରବିବାର ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ୫୦ରୁ ଊର୍ଦ୍ଧ୍ୱ ମହିଳା...

Recharge Plan: ଥରେ ରିଚାର୍ଜ କଲେ ୨୦୨୬ଯାଏ ପୁରା ଫ୍ରି, ଦିନକୁ ମିଳିବ ୨.୫ଜିବି ଡାଟା

ଯଦି ଆପଣ ୨୮, ୫୬ କିମ୍ବା ୮୪ ଦିନର ଭ୍ୟାଲିଡିଟି ସହିତ ରିଚାର୍ଜ ପ୍ଲାନ ନେବାକୁ ଚାହୁଁନାହାଁନ୍ତି ଏବଂ ବାରମ୍ବାର ରିଚାର୍ଜ କରିବାର ଅସୁବିଧା ଚାହୁଁନାହାଁନ୍ତି,...

ଭଞ୍ଜଙ୍କ କାବ୍ୟ, କବିତାର ସୁରକ୍ଷା କରାଯିବ: ବିଧାୟକ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ଶ୍ରୀବିଘ୍ନରାଜ ଚାରିଟେବୁଲ ଏବଂ ସମ୍ଭବ ସାହିତ୍ୟ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଭଞ୍ଜ ସାହିତ୍ୟ ଆଲୋଚନାଚକ୍ର ଶନିବାର ଭୁବନେଶ୍ବରସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଛି...

ପାହଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ସୋରଡ଼ା,୨୭ା୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡଗଡ ଥାନା ଏକଲପୁର ପଞ୍ଚାୟତ ହରିପୁର ଗ୍ରାମ ନିକଟ ପାହାଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକଙ୍କ...

Pakistan: ଦିଲ୍ଲୀରେ ହଲଚଲ: ଯେକୌଣସି ମୂହୁର୍ତ୍ତରେ ହେବ ଆକ୍ସନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ...

IPLରେ ବୁମରାଙ୍କ ଆଉ ଏକ ସଫଳତା

ମୁମ୍ବାଇ,୨୭ା୪: ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ତଥା ଭାରତୀୟ ଦଳର ପ୍ରିମିୟର ପେସର ଯଶପ୍ରୀତ ବୁମରା ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ସେ ରବିବାର...

ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ

ଦିଗପହଣ୍ଡି,୨୭ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ୱାର ସମ୍ମୁଖରେ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ କଥାମୃତ କାର୍ଯ୍ୟକ୍ରମ...

ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ସର୍ବେଶ୍ୱର ସାହୁ କିଡନୀ ଜନିତ ରୋଗରେ ପୀଡିତ ହୋଇ ଗତ ମାର୍ଚ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image