Posted inଫୁରସତ

କଣ୍ଢେଇ ଦରବାର

ଦକ୍ଷିଣ ଭାରତୀୟ ପରମ୍ପରାରେ ବୋମ୍ମାଲା କୋଲୁୱୁ ବା ଗୋଲୁ ଏକ ସୁନ୍ଦର ପର୍ବ। ପବିତ୍ର ନବରାତ୍ରି ଉତ୍ସବ ପାଳନ ସମୟରେ ତାମିଲନାଡୁ, ତେଲେଙ୍ଗାନା, କର୍ନାଟକ, ଆନ୍ଧ୍ର ପ୍ରଦେଶ ତଥା ଓଡ଼ିଶାର ବ୍ରହ୍ମପୁର, ଜୟପୁର, ରାୟଗଡ଼ା ଇତ୍ୟାଦି ଅଞ୍ଚଳର ତେଲୁଗୁ ଭାଷୀ ପରିବାରର ଘରେ ଘରେ ରଙ୍ଗବେରଙ୍ଗ ପସରା ମେଲାଇ ଆୟୋଜିତ ହୁଏ କଣ୍ଢେଇ ଓ ମୂର୍ତ୍ତି ସବୁର ରମଣୀୟ ଦରବାର।

ଥାକ ଥାକ ହୋଇ ସୁନ୍ଦର ଭାବରେ ସଜ୍ଜିତ ‘ପଟ୍ଟାଡା ବୋମେ୍‌ୱ’ ନାମରେ ପରିଚିତ ଏହି କଣ୍ଢେଇଗୁଡ଼ିକ ବେଶ୍‌ ରାଜକୀୟ। ରାଜା-ରାଣୀ କିମ୍ବା ରାଜପୁତ୍ର-ଯୁବରାଣୀ ଅଥବା ଦେବ-ଦେବୀ, ମାନବ-ମାନବୀ ଯୋଡ଼ିଙ୍କୁ ନେଇ ଏହାର ପରିକଳ୍ପନା କରାଯାଇଥାଏ। ରାମାୟଣ, ମହାଭାରତ ତଥା ବିଭିନ୍ନ ପୌରାଣିକ କାହାଣୀର ବିଷୟ ବସ୍ତୁକୁ ନେଇ ଚିତ୍ରାୟିତ ହୋଇଥାଏ ଏହି ପାରମ୍ପରିକ କଣ୍ଢେଇ ଦରବାର। ଜନଜୀବନର ବିବିଧ ରୂପ ଓ ସାମାଜିକ ଚାଲିଚଳଣିକୁ ନେଇ ଏହାର ବିଷୟବସ୍ତୁ ଚୟନ କରାଯିବା ସହ ସେହି ଅନୁସାରେ ହୋଇଥାଏ ଏହାର ସାଜସଜ୍ଜା। ଏଥିପାଇଁ ବର୍ଷ ଆରମ୍ଭରୁ ବିଭିନ୍ନ ସ୍ଥାନରୁ ମୂର୍ତ୍ତି ବା କଣ୍ଢେଇ ସଂଗ୍ରହ କରାଯାଇ ସାଇତି ରଖାଯାଇଥାଏ। ବର୍ଷ ବର୍ଷ ଧରି ପରିବାରର ମହିଳାମାନେ ଏସବୁ କରିଥାନ୍ତି। ଏହି ସୁନ୍ଦର ପରମ୍ପରାକୁ ବଜାୟ ରଖିବାର ଉଦ୍ଦେଶ୍ୟ ନେଇ ବିବାହ ସମୟରେ କନ୍ୟାକୁ କଣ୍ଢେଇ ପସରା ଉପହାର ଦିଆଯାଇଥାଏ।
ବେଳେ ମହିଷାସୁର ସହିତ ନବ ରୂପଧାରିଣୀ ଦୈବୀଶକ୍ତିଙ୍କର ନବ ଦିବସର ଯୁଦ୍ଧ ଏବଂ ବିଜୟା ଦଶମୀ ତିଥିରେ ଆସୁରିକ ଶକ୍ତି ଉପରେ ଦିବ୍ୟ ନାରୀଶକ୍ତିର ବିଜୟ ଉତ୍ସବ ପାଳନ କରାଯାଏ। ଏହି ସମୟ ପୂର୍ବରୁ ମହାଳୟା ପକ୍ଷ ବେଳେ ଯମରାଜାଙ୍କ ପ୍ରଭାବ ବା ଉର୍ଜ୍ଜା ଅଧିକ ଥିବାରୁ ଆପଦବିପଦ, ଦୁର୍ଘଟଣା, ଅକାଳ ମୃତ୍ୟୁର ଆଶଙ୍କା ରହିଥାଏ, ତେଣୁ ଏହି ସମୟରେ କଣ୍ଢେଇ ଦରବାରର ଆୟୋଜନ କରାଯାଇ ସକାରାତ୍ମକ ଶକ୍ତି ଏବଂ ତଜ୍ଜନିତ ସୁଖ, ସମୃଦ୍ଧିର ଆବାହନ କରାଯାଏ।

ସାଜସଜ୍ଜାର ଏକ ବିଶେଷ ପ୍ରଣାଳୀ ଥାଏ। ସେଗୁଡିକ ତିନି, ପାଞ୍ଚ, ସାତ ବା ନଅ ପରି ଅଯୁଗ୍ମ ସଂଖ୍ୟାର ସୋପାନ ବା ପାହାଚରେ ସଜେଇ ରଖା ହୁଅନ୍ତି। ସତ୍ତ୍ୱ, ରଜ, ତମ ତିନି ଗୁଣର ପରିକଳ୍ପନା ହେଉ ଅଥବା ଅଗ୍ନି, ବାୟୁ, ଜଳ, ଆକାଶ, ଭୂମି ରୂପୀ ପଞ୍ଚ ମହାଭୂତ ହେଉ ଅବା ସପ୍ତମାତୃକା ଶକ୍ତିମୟୀ ରୂପିଣୀ ହୁଅନ୍ତୁ, ଏହିପରି ଅଯୁଗ୍ମ ସଂଖ୍ୟାର ଥାକରେ ମୂର୍ତ୍ତି ସବୁ ସଜାହୋଇ ରଖାଯାଇଥାଏ।

ସ୍ଥାନରେ ଆମ୍ବ ଡାଳ, ପଇଡ଼ ସହ ଜଳପୂର୍ଣ୍ଣ କଳସ ରଖାଯାଇଥାଏ। ବିଶ୍ୱାସ କରାଯାଏ ଯେ, କଳସ ମଧ୍ୟରେ ଦୁର୍ଗାମାତା ଅବସ୍ଥାନ କରନ୍ତି। ମହାଲକ୍ଷ୍ମୀ, ମହା ସରସ୍ବତୀ ଏବଂ ମହା ଗୌରୀ, ଶ୍ରୀମତ୍‌ ନାରାୟଣ ଏବଂ ମହାଦେବ ଶଙ୍କର, ଶ୍ରୀବିଷ୍ଣୁଙ୍କର ଦଶ ଅବତାରଙ୍କ କ୍ଷୁଦ୍ର ବିଗ୍ରହ ଆଦିଙ୍କୁ ସବୁଠାରୁ ଉପର ସୋପାନରେ ରଖାଯାଏ। ସାଧୁସନ୍ଥ, ମହାପୁରୁଷ, ସିଦ୍ଧ ଯୋଗୀଙ୍କ ମୂର୍ତ୍ତି ତଳକୁ ରାଷ୍ଟ୍ରନେତା, ଧର୍ମଗୁରୁ ଏବଂ ତାହାର ତଳ ସୋପାନରେ ସାଧାରଣ ମାନବ ମୂର୍ତ୍ତି ରଖାଯାଇଥାଏ।

ତା’ ତଳକୁ ଶର୍କରା ଓ ଶସ୍ୟାଦି ପଣ୍ୟଦ୍ରବ୍ୟର ବ୍ୟବସାୟ କରୁଥିବା କଣ୍ଢେଇ, ବିବାହ ଉତ୍ସବରେ ଭାଗ ନେଉଥିବା ପୁରୁଷ ଓ ମହିଳା କଣ୍ଢେଇ ରଖାଯାଇଥାଏ। ସବା ତଳ ଥାକରେ ଗୃହପାଳିତ ପଶୁ, ପକ୍ଷୀଙ୍କ ମୂର୍ତ୍ତି ସଜା ଯାଇଥାଏ। ସାମାଜିକ ଚଳଣି ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ୱ ଦେଇଥାଏ ଏହି କଣ୍ଢେଇ। ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଥିବା ଏହି ପରମ୍ପରା ଆଧୁନିକ ରୀତିନୀତି ଚାଲିଚଳଣି ଭିତରେ ଧୀରେ ଧୀରେ ନିଜର ଗୁରୁତ୍ୱ ହରାଉଛି ସତ, କିନ୍ତୁ ଏହି ରମଣୀୟ କଣ୍ଢେଇ ଦରବାର ଉତ୍ସବ ଅଦ୍ୟାବଧି ପାରିବାରିକ ଡୋରକୁ ସଶକ୍ତ କରିରଖିଛି।
-ସୁଜାତା ମିଶ୍ର
କସ୍ମୋପଲିସ , ଭୁବନେଶ୍ୱର
ମୋ: ୯୪୩୭୧୧୭୦୮୪


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri