ଖ୍ରୀଷ୍ଟଚର୍ଚ୍ଚ,୫ା୧- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ କ୍ୟାରିୟରରେ ମଙ୍ଗଳବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୩୮ ରନ୍ର ଦ୍ୱିଶତକୀୟ ପାଳି ଖେଳିଛନ୍ତି। ଏହି ଅବସରରେ ସେ ପୂରଣ କରିଛନ୍ତି ଟେଷ୍ଟ କ୍ୟାରିୟରରେ ୭ ହଜାର ରନ। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ଓ୍ବିଲିୟମସନ ନ୍ୟୁଜିଲାଣ୍ଡର ଦ୍ରୁତତମ ବ୍ୟାଟ୍ସମ୍ୟାନ।
ନ୍ୟୁଜିଲାଣ୍ଡ ପାଇଁ କ୍ରିକେଟର ଲମ୍ବା ଫର୍ମାଟରେ ସର୍ବାଧିକ ରନ୍ କରିଥିବା ରସ ଟେଲର କ୍ୟାରିୟରର ୯୬ତମ ଟେଷ୍ଟରେ ୭ ହଜାର ରନ୍ ପୂରଣ କରିଥିଲେ। ଅନ୍ୟପକ୍ଷରେ ଓ୍ବିଲିୟମସନ ମାତ୍ର ୮୩ ମ୍ୟାଚ୍ରେ ଏହି ମାଇଲଷ୍ଟୋନ ଛୁଇଁଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂ ୧୧୧ ଟେଷ୍ଟରୁ ୭,୧୭୨ ରନ୍ କରିଥିଲେ।