Categories: ଖେଳ

ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ଓ୍ବିଲିୟମସନ୍‌, ଏବେ ଏହି କ୍ରିକେଟର ନେବେ ନେତୃତ୍ୱ

ଓ୍ବେଲିଂଟନ୍‌,୧୫।୧୨: ନ୍ୟୁଜିଲାଣ୍ଡର ସଫଳ ଅଧିନାୟକ କେନ୍‌ ଓ୍ବିଲିୟମସନ ଟେଷ୍ଟ ଅଧିନାୟକତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୬ ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ଦଳ ୪୦ ଟେଷ୍ଟରୁ ୨୨ରେ ବିଜେତା ହୋଇ ରେକର୍ଡ କରିଥିଲା। ଏପରିକି ନ୍ୟୁଜିଲାଣ୍ଡ ଗତବର୍ଷ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ମଧ୍ୟ ଜିତିବାର ଗୌରବ ଅର୍ଜନ କରିଥିଲା।

ନିଜର ନିଷ୍ପତ୍ତିକୁ ନେଇ ଓ୍ବିଲିୟମସନ୍‌ କହିଛନ୍ତି, ଅଧିନାୟକ ହେତୁ ପଡ଼ିଆ ଭିତରେ ଏବଂ ବାହାରେ ଅତିରିକ୍ତ କାର୍ଯ୍ୟଭାର ରହୁଛି। ଭାବୁଛି କ୍ୟାରିୟରର ଏହି ପର୍ଯ୍ୟାୟରେ ଏହି ନିଷ୍ପତ୍ତି ଠିକ୍‌। ନ୍ୟୁଜିଲାଣ୍ଡ କ୍ରିକେଟ ସହ କଥା ହେବା ପରେ ଅନୁଭବ କଲି ଯେ ଆସନ୍ତା ୨ ବର୍ଷରେ ଦୁଇଟି ବିଶ୍ୱକପ୍‌ ଖେଳାଯିବ। ଏମିତିରେ ସୀମିତ ଓଭର ଅଧିନାୟକତ୍ୱ ଉପରେ ଧ୍ୟାନ ଦିଆଯିବା ଉଚିତ।

ଓ୍ବିଲିୟମସନଙ୍କ ପରେ ପେସର ଟିମ୍‌ ସାଉଥୀ ଦଳର ନୂତନ ଅଧିନାୟକ(୩୧ତମ) ହେବେ। ତାଙ୍କ ନେତୃତ୍ୱରେ ଦଳ ଚଳିତ ମାସରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ତେବେ ସେ ୨୨ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି।

Share