Categories: ଖେଳ

ଭାବପ୍ରବଣ ହେଲେ କେନ ୱିଲିୟମସନ

ଅକଲାଣ୍ଡ,୧୬।୧୧:ଆଇପିଏଲ ୨୦୨୩ ପାଇଁ ମିନି ନିଲାମ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ ଦଳ କିଛି ନିଷ୍ପତ୍ତି ନେଇଛି। ହାଇଦ୍ରାବାଦ ଦଳ କେବଳ ଅଧିନାୟକ କେନ ୱିଲିୟମସନଙ୍କୁ ମୁକ୍ତ କରିଛି। ତାଙ୍କ ସହ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ମଧ୍ୟ ଦଳରୁ ଓହରି ଯାଇଛନ୍ତି। କେନ ୱିଲିୟମସନ ଦୀର୍ଘ ସମୟ ଧରି ଦଳର ଏକ ଅଂଶ ଥିଲେ। ସେ ୨୦୧୫ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଥିଲେ। ଆଠ ବର୍ଷ ପରେ ଦଳ ସହିତ ଅଲଗା ହୋଇଯାଇଛନ୍ତି। ୨୦୧୬ରେ ୱିଲିୟମସନ ମଧ୍ୟ ହାଇଦ୍ରାବାଦର ଅଂଶ ହୋଇଥିବାବେଳେ ଆଇପିଏଲ ଟ୍ରଫି ଜିତିଥିଲେ।
ୱିଲିୟମସନ ସନରାଇଜର୍ସ ଦଳରୁ ଅଲଗା ହେବା ପରେ ଭାବପ୍ରବଣ ହୋଇ ପ୍ରଶଂସକମାନଙ୍କୁ ତାଙ୍କ ହୃଦୟ କଥା କହିଥିଲେ। ସେ ଦଳ, ସାଥୀ ଖେଳାଳି, ଷ୍ଟାଫ୍‌ ଏବଂ ହାଇଦ୍ରାବାଦର ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ୱିଲିୟମସନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଫ୍ରାଞ୍ଚାଇଜ, ସାଥୀ ଖେଳାଳି, କର୍ମଚାରୀ ଏବଂ ସର୍ବଦା ଚମତ୍କାର କମଳା ସେନାକୁ ଆଠ ବର୍ଷ ପାଇଁ ଧନ୍ୟବାଦ। ଏହି ଦଳ ଏବଂ ହାଇଦ୍ରାବାଦ ସହର ମୋ ପାଇଁ ସର୍ବଦା ସ୍ବତନ୍ତ୍ର ରହିବ। ଆପଣ ସମସ୍ତେ ଏହି ଯାତ୍ରାକୁ ଅଧିକ ଆନନ୍ଦଦାୟକ କରିଛନ୍ତି।
ୱିଲିୟମସନଙ୍କ ପାଇଁ ଆଇପିଏଲ ୨୦୨୨ରେ କିଛି ବିଶେଷ ପ୍ରଦର୍ଶନ କରିପାରି ନ ଥିଲେ। ୧୩ଟି ମ୍ୟାଚରେ ସେ ହାରାହାରି ୧୯.୬୪ରେ ମାତ୍ର ୨୧୬ ରନ ସ୍କୋର କରିପାରିଥିଲେ। ତାଙ୍କର ଷ୍ଟ୍ରାଇକ ହାର ମଧ୍ୟ ୯୩.୫୧ ଥିଲା। ଚଳିତ ବର୍ଷ ମଧ୍ୟ ସେ ନ୍ୟୁଜିଲାଣ୍ଡ ପାଇଁ ୧୨ଟି ଟି-୨୦ରେ ୩୮୨ ରନ ସଂଗ୍ରହ କରିଥିଲେ। ତେବେ ତାଙ୍କର ଷ୍ଟ୍ରାଇକ ହାର ମାତ୍ର ୧୧୯.୦୦ ଥିଲା।
ୱିଲିୟମସନ ଏପର୍ଯ୍ୟନ୍ତ କେବଳ ଆଇପିଏଲରେ ହାଇଦ୍ରାବାଦ ଦଳ ପାଇଁ ଖେଳିଛନ୍ତି। ୨୦୧୫ରେ ଆଇପିଏଲ ଡେବ୍ୟୁ କରିଥିବା ୱିଲିୟମସନ ୭୬ଟି ମ୍ୟାଚରେ ହାରାହାରି ୩୬.୨୨ରେ ୨,୧୦୧ ରନ ସଂଗ୍ରହ କରିଛନ୍ତି। ସେ ୧୮ ଅର୍ଦ୍ଧଶତକ ରହିଛି।

Share