Categories: ଖେଳ

କେନ ୱିଲିୟମସନ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌: ତାଲିକାରେ ମାତ୍ର ଜଣେ ଭାରତୀୟ

ନୂଆଦିଲ୍ଲୀ,୫।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଟପ-୧୦ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏହି ତାଲିକାରେ କେନ ୱିଲିୟମସନ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଆଇପିଏଲର ୧୦ତମ ସିଜନରେ ଆହତ ହେବା ପରଠାରୁ ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ଅଧିନାୟକ ୱିଲିୟମସନ ପଡ଼ିଆରୁ ଦୂରରେ ଅଛନ୍ତି। ସର୍ବଶେଷ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ୱିଲିୟମସନ ୮୮୩ ରେଟିଂ ପଏଣ୍ଟ ପାଇଛନ୍ତି। ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ୮୮୨ ରେଟିଂ ପଏଣ୍ଟ ରହିଛି।
ଆଇସିସି ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଂ ରେ କେବଳ ଜଣେ ଭାରତୀୟ ଖେଳାଳିଙ୍କ ନାମ ଟପ-୧୦ରେ ରହିଛି। ସେ ହେଉଛନ୍ତି ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ସେ ଏବେ କାର ଦୁର୍ଘଟଣାରେ ଆହତ ହେବା ପରେ ପଡ଼ିଆକୁ ଫେରିପାରି ନାହାଁନ୍ତି।
ଭାରତୀୟ ଦଳର ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନୂତନ ଆଇସିସି ଟେଷ୍ଟ ବୋଲର ର଼୍ୟାଙ୍କିଂରେ ନମ୍ବର-୧ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଅଶ୍ୱିନଙ୍କର ବର୍ତ୍ତମାନ ୫୬୦ ରେଟିଂ ଅଛି। ଏଥି ସହିତ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ ୮୨୬ ରେଟିଂ ପଏଣ୍ଟ ସହ ବୋଲିଂରେ ର଼୍ୟାଙ୍କିଂରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅଶ୍ୱିନଙ୍କ ବ୍ୟତୀତ ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ଅଷ୍ଟମ ଏବଂ ନବମ ସ୍ଥାନରେ ଅଛନ୍ତି।
ଅଲରାଉଣ୍ଡର ଖେଳାଳିଙ୍କ ଟେଷ୍ଟ ର଼୍ୟାଙ୍କିଂରେ ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ ଯୋଡି ପ୍ରଥମ ୨ ସ୍ଥାନ ଅଧିକାର କରିଛି।

Share