Categories: ଖେଳ

ନର୍ସଙ୍କ ପ୍ରେମରେ ଏହି କ୍ରିକେଟ୍‌ ଅଧିନାୟକ

ପ୍ରେମ କାହାକୁ କେତେବେଳେ ହୋଇଯାଏ ତାହା ଜାଣି ହୁଏ ନାହିଁ। ଏମିତି କିଛି ଘଟିଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିମସନଙ୍କ କ୍ଷେତ୍ରରେ। ଚିକିତ୍ସା ପାଇଁ ଯାଇଥିବାବେଳେ ନର୍ସକୁ ପ୍ରେମ କରି ବସିଥିଲେ କେନ୍‌। ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ହେଉଛି ସାରାହ ରହିମ୍‌। ଯେ କି ପେଶାରେ ଜଣେ ନର୍ସ। କେନ୍‌ ଥରେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ। ସେଠାରେ ସେ ସାରାହଙ୍କୁ ଦେଖି ତାଙ୍କ ପ୍ରେମରେ ପଡିଯାଇଥିଲେ। ପରେ ଉଭୟ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। କିନ୍ତୁ ଦୁହେଁ ନିଜ ସମ୍ପର୍କକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରିବାକୁ ଚାହିଁନାହାନ୍ତି। ସେ ପ୍ରେମ ସମ୍ପର୍କକୁ ସିକ୍ରେଟ୍‌ ରଖିଛନ୍ତି। କିନ୍ତୁ ସାରାହ-କେନ୍‌ଙ୍କ ଫଟୋ କୌଣସି ଏକ ପାର୍ଟିକୁ ଯାଇଥିବବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ସାରାହଙ୍କୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ସେ ଜଣେ ପାକିସ୍ତାନୀ ଝିଅ ହୋଇଥିବାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଛନ୍ତି ବୋଲି ସଫେଇ ଦେଇ କହିଥିଲେ।

Share