ମୋଦିଙ୍କୁ ଏମିତି ନିବେଦନ କଲେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାଓ୍ବତ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ନେଇ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ପ୍ରଣୟନ କରିବାକୁ କଙ୍ଗନା ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି।

ସେପଟେ କଙ୍ଗନା ପ୍ରଧାନମନ୍ତ୍ରୀଙ୍କୁ ଏକ ନୋଟ୍‌ ବି ଲେଖିଛନ୍ତି। ଏହା ସହିତ ବହୁବିବାହ ଏବଂ ଏସିଡ୍‌ ଆକ୍ରମଣ ପୀଡିତାଙ୍କ ବିରୋଧରେ ସେ ଏକ ଆଇନ ଦାବି କରିଛନ୍ତି। କଙ୍ଗନା ମଧ୍ୟ ତୁନିଶାଙ୍କ ହ୍ୟାସଟ୍ୟାଗ ବ୍ୟବହାର କରିଛନ୍ତି। ସେ ଲେଖିଛନ୍ତି, ‘ଜଣେ ମହିଳା ସବୁକିଛି ସହି ପାରିବେ, ପ୍ରେମ ହରାଇବା, ବିବାହ ଭାଙ୍ଗିବା, ସମ୍ପର୍କ କିମ୍ବା ଅନ୍ୟ କୌଣସି ଜିନିଷ କିନ୍ତୁ ସେ ନିର୍ଯାତନାକୁ ସହ୍ୟ କରିପାରନ୍ତି ନାହିଁ। ଅନେକ ଲୋକ ଶାରୀରିକ ଏବଂ ମାନସିକ ସ୍ତରରେ ମହିଳାମାନଙ୍କୁ ଶୋଷଣ କରନ୍ତି। ଏହା ମଧ୍ୟ ଏକ ହତ୍ୟା ସ୍ବରୁପ। ତେଣୁ ଏଥିରେ କଡ଼ା ଆଇନ ଆଣିବାକୁ କଙ୍ଗନା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Share