‘ରାମାୟଣ’ରେ ରାମ ଚରିତ୍ରକୁ ସମାଲୋଚନା କଲେ କଙ୍ଗନା, ରଣବୀରଙ୍କୁ କହିଲେ ସ୍କିିନି ହ୍ବାଇଟ୍‌ ର଼୍ୟାଟ୍‌

ମୁମ୍ବାଇ: ନୀତେଶ ତୀଓ୍ବାରୀଙ୍କ ନିର୍ଦ୍ଦେଶିତ ଆଉ ଏକ ‘ରାମାୟଣ’କୁ ନେଇ ଫିଲ୍ମ ଆସିବାକୁ ଯାଉଛି। ଯେଉଁଥିରେ ବଲିଉଡର ଲଭ୍‌ ବାର୍ଡ ଆଲିୟା ଏବଂ ରଣବୀର ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ତେବେ ଏହାକୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌। ଇନଷ୍ଟାଗ୍ରାମର ଷ୍ଟୋରି ସେୟାର କରି ଫିଲ୍ମକୁ ନେଇ ସେ ଏକ ଲମ୍ବା ନୋଟ ଲେଖିଛନ୍ତି। ଏଥିସହ ଫିଲ୍ମ କାଷ୍ଟିଂ ବିଷୟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଷ୍ଟୋରିରେ ରଣବୀରଙ୍କୁ ସ୍କିନି ହ୍ବାଇଟ୍‌ ର଼୍ୟାଟ୍‌ ସମ୍ବୋଧନ କରିଛନ୍ତି।

କଙ୍ଗନା ଲେଖିଛନ୍ତି, ନିକଟରେ ଶୁଣିବାକୁ ପାଇଲି ଆଉ ଏକ ବଲିଉଡ ରାମାୟଣ ଆସିବାକୁ ଯାଉଛି। ଏଥିରେ ଏକ ସ୍କିନି ହ୍ବାଇଟ୍‌ ର଼୍ୟାଟ୍‌ ଯିଏକି ସୋ କଲ୍ଡ ଆକ୍ଟର ଅଭିନୟ କରୁଛନ୍ତି। ଯିଏ କି ମହିଳା ଏବଂ ନିଶାଡି ତାଙ୍କୁ ରାମ ଭୂମିକାରେ ଅଭିନୟ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଏହି ‘ରାମାୟଣ’ ଫିଲ୍ମରେ ଆଲିୟା ସୀତା ଏବଂ ରଣବୀର ରାମ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି।

 

Share