ଲକ ଅପ ସେଟ୍‌ରେ ରିଲିଜ ହେଲା ‘ଧାକଡ’ର ଟିଜର

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତଙ୍କ ରିୟଲଟି ଶୋ’ ଲକ ଅପ ସେଟ୍‌ରେ ରିଲିଜ୍ ହୋଇଛି କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ର ଟିଜର । କାରଣ କଙ୍ଗନା ପ୍ରତିଯୋଗୀଙ୍କ ସହ ଏହି ଟିଜର ରିଲିଜ କରିବାକୁ ଚାହୁଁଥିଲେ । ଲକ ଅପ ପ୍ରତିଯୋଗୀଙ୍କ ନିକଟରେ ଇଣ୍ଟରନେଟ ବା ଟେଲିଭିଜନର ସୁବିଧା ନାହିଁ । ସେଥିପାଇଁ କଙ୍ଗନା ସୁନିଶ୍ଚିତ କରିବାକୁ ଚାହୁଁଥିଲେ କି ସେମାନଙ୍କୁ ତାଙ୍କ ଅଗାମୀ ଫିଲ୍ମର ଟିଜର ଦେଖିବାକୁ ମିଳିବ ।
କେବଳ ଏତିକି ନୁହେଁ ଚଳିତ ସପ୍ତାହରେ ଲକ ଅପର ଜଣେ ପ୍ରତିଯୋଗୀ ଅଞ୍ଜଳିଙ୍କୁ ଶୋ’ରେ ଡେୟାରିଂ ବାଜି ସେଗମେଣ୍ଟରେ ଧାକଡ ଜାସୁସ ହେବାକୁ କୁହାଯାଇଥିଲା । ଯିଏ ତାଙ୍କ ସାଙ୍ଗମାନଙ୍କ ଜରିଆରେ ଧାକଡର ଟିଜର ଦେଖିବାକୁ ଜଣାଇଥିଲେ ।
ଧାକଡରେ କଙ୍ଗନା ଏଜେଣ୍ଟ ଅଗ୍ନୀ ଭୂମିକାରେ ନଜର ଆସିଛନ୍ତି । ଯିଏ ବୋଲ୍ଡ, ଉଗ୍ର ଓ ବାହାଦୂର । ଲକ ଅପର ପ୍ରତିଯୋଗୀମାନେ ମୋତେ ସେମାନଙ୍କର ନିର୍ଭୟତାରେ ପ୍ରଭାବିତ କରିଛନ୍ତି ଯେଉଁମାନେ ଧାକଡ କହିବା ଯୋଗ୍ୟ ବୋଲି କଙ୍ଗନା କହିଛନ୍ତି । କଙ୍ଗନା ଆହୁରି ମଧ୍ୟ କହିଛନ୍ତି ମୋର ଅଗାମୀ ଫିଲ୍ମର ଟିଜର ରିଲିଜ ପାଇଁ ଏହି ମଞ୍ଚ ମୋ ପାଇଁ ଏକ ଆଦର୍ଶ । ମୁଁ ପ୍ରତିଯୋଗୀଙ୍କୁ ଟିଜର ଦେଖାଇବାକୁ ଉତ୍ସାହିତ ବୋଲି କଙ୍ଗନା କହିଛନ୍ତି ।
ରଜନିଶ ରାଜି ଘଇ ଦ୍ୱାରା ନିର୍ଦ୍ଦେଶିତ ଓ ଦିପକ ମୁକୁଟ ଓ ସୋହେଲ ମକଲାଇଙ୍କ ଦ୍ୱାରା ନିର୍ମିତ ଧାକଡ ସୋହମ ରକଷ୍ଟାର ପ୍ରାଇଭେଟ ଲିମିଟେଡ ଦ୍ୱାରା କମଲ ମୁକୁଟ, ସୋହେଲ ମକଲାଇ ପ୍ରଡକସନ ଓ ଏସାଇମଲ ଫିଲ୍ମର ସଂଯୋଗରେ ଏହା ପ୍ରସ୍ତୁତ କରାଯାଇଛି । ୨୦ ମେ’ରେ ଏହା ରିଲିଜ୍ ହେବ ।

Share