ଅନ୍ୟକୁ ସାହାଯ୍ୟ ପାଇଁ କେବେ ଆଗକୁ ଆସି ନାହାନ୍ତି କଙ୍ଗନା: ଏପରି କହିଲେ ବଲିଉଡ୍‌ର ଏହି ଗାୟିକା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ନଣାଓ୍ବତ୍‌ ଗତ କିିଛି ଦିନ ହେବ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ ସମର୍ଥନ ନ କରିବାରୁ କଙ୍ଗନା ବାରମ୍ବାର ବଲିଉଡ୍‌ କଳାକାରଙ୍କୁ ନିନ୍ଦା କରିଛନ୍ତି। ନିକଟରେ କଙ୍ଗନା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଟାର୍ଗେଟ କରିଥିଲେ। କଙ୍ଗନାଙ୍କ ଉପରେ ହୋଇଥିବା ଆକ୍ରମଣ କିମ୍ବା ତାଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାକୁ ନେଇ ଅନୁଷ୍କା କେବେ ସ୍ବର ଉତ୍ତୋଳନ କରି ନାହାନ୍ତି ବୋଲି ଗଙ୍ଗନା କହିଥିଲେ। କିନ୍ତୁ ଏବେ କଙ୍ଗନାଙ୍କ ଶୈଳୀରେ ବଲିଉଡ୍‌ର ଜଣେ ଗାୟିକା ଉତ୍ତର ଦେଇଛନ୍ତି। ଗାୟିକା ସୋନା ମହାପାତ୍ର ଟୁଇଟରରେ ଲେଖିଛନ୍ତି, କଙ୍ଗନା ରଣାଓ୍ବତ ନିଜ ବ୍ୟତିତ ଅନ୍ୟ କାହାକୁ ସାହାଯ୍ୟ କରିବାକୁ କେବେ ଛିଡ଼ା ହୋଇ ନାହାନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ସମସ୍ତଙ୍କୁ ସମାଲୋଚନା କରିବାକୁ ଚାହାନ୍ତି, କିନ୍ତୁ ଏହା ଶିଖିବା ଉଚିତ୍‌ ଯେ, ନିଜର ସମାଲୋଚନା ହେଲେ ତାହାକୁ କିପରି ଗ୍ରହଣ କରାଯିବ ବୋଲି ସୋନା ଟୁଇଟ କରି ଗଙ୍ଗନାଙ୍କୁ ଜବାବ ଦେଇଛନ୍ତି।

Share