କଙ୍ଗନାଙ୍କୁ ପରାଜୟ ଭୟ: ନାମାନଙ୍କ ପତ୍ର ଦାଖଲ ପରେ ଏମିତି କହିଲେ…

ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କର ପୂର୍ବତନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ଥିଲେ। ନାମାଙ୍କନ ପରେ କଙ୍ଗନାଙ୍କୁ ଚଳିତ ନିର୍ବାଚନରେ ପରାଜୟ ଭୟ ଘାରିଛି। ଏହା ମୋ ପାଇଁ ପ୍ରଥମ ଏବଂ ଶେଷ ନିର୍ବାଚନ ନ ହେଉ ବୋଲି କଙ୍ଗନା କହିଛନ୍ତି।
ନାମାଙ୍କନ ପୂର୍ବରୁ କଙ୍ଗନା ମଧ୍ୟ ମଣ୍ଡିରେ ଏକ ରୋଡ ଶୋ’ କରିଥିଲେ। ଏହି ରୋଡ ଶୋ’ ସମୟରେ ବହୁ ସଂଖ୍ୟାରେ ଭାଜପା କର୍ମୀ ଏବଂ ସମର୍ଥକ ପହଞ୍ଚିଥିଲେ।
କଙ୍ଗନା କହିଛନ୍ତି, ଭାରତ ପାଇଁ ଭାଗ୍ୟବାନ ଯେ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମଣ୍ଡି ଝିଅକୁ ଏକ ସୁଯୋଗ ଦେଇ ସେ ସମଗ୍ର ହିମାଚଳକୁ ଗର୍ବିତ କରିଛନ୍ତି । ମୁଁ ଆଶା କରୁଛି ଏହା ମୋ ପାଇଁ ପ୍ରଥମ ଏବଂ ଶେଷ ହେଉ। ମୁଁ ମଧ୍ୟ ଛୋଟ କାଶୀରୁ ନାମାଙ୍କନ ଦାଖଲ କରିବାର ସୁଯୋଗ ପାଇଛି। ଜୁନ୍‌ ୪ରେ ବିଜୟ ପତାକା ଉତ୍ତୋଳନ କରାଯିବ।

Share