ଦୋଛକିରେ କଙ୍ଗନା

କଙ୍ଗନା ରାଣାଓ୍ବତ ଏବେ ଦୋଛକିରେ ପଡିଛନ୍ତି। କାରଣ ତାଙ୍କୁ ଅଫର ମିଳିଥିବା ଫିଲ୍ମଦ୍ୱୟ ମଧ୍ୟରୁ କାହାକୁ ହଁ ଭରିବେ କାହାକୁ ମନା କରିବେ ସେ ନେଇ ଅଡୁଆରେ ପଡିଛନ୍ତି। କଥା କ’ଣ କି ନିକଟରେ ତାଙ୍କୁ ଦୁଇଟି ସିନେମାର ନାୟିକା ସାଜିବାକୁ ଅଫର ମିଳିଥିଲା। କାହାଣୀ ଶୁଣିବା ପରେ ସେ ରାଜି ମଧ୍ୟ ହୋଇଥିଲେ। ହେଲେ ଅଡୁଆ ଏଇଥିପାଇଁ ହୋଇଛି ଯେ, ଫିଲ୍ମଦ୍ୱୟର ଶୁଟିଂ ଏକାଥରେ ଆରମ୍ଭ ହେଉଛି। ଏ ନେଇ କଙ୍ଗନା କହନ୍ତି, ‘ଯେତେବେଳେ ଏକାଥରେ ମୋତେ ଦୁଇଟି ଫିଲ୍ମର ଅଫର ମିଳିଲା ସେତେବେଳେ ମୁଁ ଟିକେ ଅଡୁଆରେ ପଡିଥିଲି। କାରଣ ଏଥିପାଇଁ ହୁଏତ ଡେଟ୍‌ ପ୍ରୋବ୍ଲେମ ହୋଇପାରେ। ହେଲେ ମୋର ବ୍ୟସ୍ତ ଶୁଟିଂ ଶିଡ୍ୟୁଲ ଭିତରେ ମୁଁ ସେହି ଫିଲ୍ମ ଦ୍ୱୟ ପାଇଁ ସମୟ ନିଶ୍ଚୟ ବାହାର କରିବାକୁ ଚେଷ୍ଟା କରିବି। କିନ୍ତୁ ଏହି ଦୁଇଟିର ଶୁଟିଂ ଯଦି ସମାନ୍ତରାଳ ଭାବରେ ଆରମ୍ଭ ହୁଏ ତେବେ ମୁଁ ଅଡୁଆରେ ପଡିଯିବି। ହୁଏତ ଏପରି ହୋଇପାରେ ଯେ, ମୁଁ ୟା’ ଭିତରକୁ ଗୋଟିଏ ସିନେମାକୁ ହାତଛଡା କରିପାରେ। ଏ ନେଇ କ’ଣ ନିଷ୍ପତ୍ତି ନେବି ତାହା ଆଗକୁ ଜଣା ପଡିବ।’

Share