ନଡାଙ୍କୁ ଭେଟିଲେ କଙ୍ଗନା: ବଢୁଛି ଚର୍ଚ୍ଚା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କୁଲୁରେ ଭାଜପା ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଛନ୍ତି। ଯଦିଓ ଏହା ଏକ ସୌଜନ୍ୟମୂଳକ କଲ ବୋଲି କୁହାଯାଉଛି, କିନ୍ତୁ କଙ୍ଗନାଙ୍କ ସହିତ ଭାଜପା ଅଧ୍ୟକ୍ଷଙ୍କ ଏହି ବୈଠକରୁ ଅନେକ ଅର୍ଥ ଅନୁମାନ କରାଯାଉଛି। ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
୨୦୨୪ରେ ମଣ୍ଡି ଲୋକ ସଭା ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀ କିଏ ହେବ ସେନେଇ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏଠାରୁ କଙ୍ଗନା ଲଢିପାରନ୍ତି ବୋଲି କୁହାଯାଉଛି। କିନ୍ତୁ ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ରାଜନୀତିକୁ ଆସିବା ଖବରକୁ ମିଛ ବୋଲି କହିଥିଲେ।

Share