ଶର୍ମିଳାଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଷ୍ଟାଇଲ୍‌ ପାଇଁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି। କାହାକୁ ପ୍ରଶଂସା କରିବା ହେଉ କିମ୍ବା ରୋକ୍‌ଠୋକ୍‌ କଥା କହି ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ପ୍ରଶଂସା କରିଛନ୍ତି।

କଙ୍ଗନା ଶନିବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶର୍ମିଳାଙ୍କ ଏକ ଫଟୋ ଶେୟାର କରି ତାଙ୍କୁ ପ୍ରଶଂସା କରିଛନ୍ତି। ଏହି ପ୍ରଶଂସା ‘ଗୁଲମୋହର’ରେ ତାଙ୍କ ଚରିତ୍ର ପାଇଁ ଥିଲା। କଙ୍ଗନା ମଧ୍ୟ ଶର୍ମିଳାଙ୍କ ପାଇଁ ଏକ ଲମ୍ବା ନୋଟ୍‌ ଲେଖିଛନ୍ତି।

ସେ ଲେଖିଛନ୍ତି, ଖୁବ୍‌ଶୀଘ୍ର ଓ୍ବାହିଦା ଜୀଙ୍କୁ ପୁରା ରୋଲରେ ଦେଖିବାକୁ ଆଶା। କେବଳ ଏତିକି ନୁହେଁ, ସେ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଓ୍ବାହିଦାଙ୍କର ଏକ ଥ୍ରୋବ୍ୟାକ୍‌ ଫଟୋ ମଧ୍ୟ ଶେୟାର କରିଛନ୍ତି।

‘ଗୁଲ୍‌ମୋହର’ ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚରେ ଓଟିଟିରେ ମୁକ୍ତିଲାଭ କରିଥିଲା। ଏହି ପାରିବାରିକ ଫିଲ୍ମରେ ଶର୍ମିଳାଙ୍କ ସହ ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଥିଲେ। ଏହା ଡିଜନି ପ୍ଲସ୍‌ ହଟ୍‌ଷ୍ଟାର୍‌ରେ ଷ୍ଟ୍ରିମିଂ କରୁଛି।

Share