ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଚଳଚ୍ଚିତ୍ର ଥାଲାଇଭିର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରୁଥିବା କଙ୍ଗନା ତାଙ୍କ ଲୁକ ପାଇଁ ବହୁତ ପରିଶ୍ରମ କରୁଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ ୨୦ କିଲୋ ବଢାଇଥିଲେ। ଏବେ ଫିଲ୍ମ ଶୁଟିଂ ଶେଷ ହେବାକୁ ଯାଉଥିବାରୁ କଙ୍ଗନା ଏହି ପରିସ୍ଥିତିରେ ଏକ ବଡ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ଏବେ ବଢିଥିବା ଓଜନ ଶୀଘ୍ର ହ୍ରାସ କରିବାକୁ ପଡିବ। କଙ୍ଗନା ସୋସିଆଲ ମିଡିଆରେ ବ୍ୟାୟାମ କରୁଥିବା ଏକ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରିବାବେଳେ କଙ୍ଗନା ଲେଖିଛନ୍ତି – ମୁଁ ଥାଲାଇଭି ପାଇଁ ୨୦ କିଲୋ ଓଜନ ବଢାଇଥିଲି। ବର୍ତ୍ତମାନ ଫିଲ୍ମଟିର ଶୁଟିଂ ଶେଷ ହେବାକୁ ଯାଉଛି। ମୋତେ ମଧ୍ୟ ମୋର ପୁରୁଣା ଶରୀରକୁ ଫେରିବାକୁ ପଡିବ। ସକାଳୁ ଶୀଘ୍ର ଉଠି ଯୋଗ ଏବଂ ବ୍ୟାୟାମ କରିବାକୁ ପଡିବ ବୋଲି ସେ କହିଛନ୍ତି।
ଥାଲାଇଭି ଶୁଟିଂ ବେଳର ଅନେକ ଫଟୋ କଙ୍ଗନା ଶେୟାର କରିଥିଲେ। ସେ ପ୍ରତ୍ୟେକ ଫଟୋରେ ଜୟଲଳିତା ପରି ଦେଖାଯାଉଛନ୍ତି। କଙ୍ଗନାଙ୍କ ଥାଲାଇଭି ବ୍ୟତୀତ ତାଙ୍କର ଆଗାମୀ ଚଳଚ୍ଚିତ୍ର ତେଜସ ମଧ୍ୟ ଚର୍ଚ୍ଚାରେ ଅଛି। ସୋସିଆଲ ମିଡିଆରେ ତେଜସର ଏକ ପୋଷ୍ଟର ମଧ୍ୟ ଟ୍ରେଣ୍ଡ ହେଉଛି। ବାୟୁସେନା ଦିବସ ଅବସରରେ କଙ୍ଗନା ଏହି ଚଳଚ୍ଚିତ୍ରର ପ୍ରଚାର କରିଥିଲେ।
I had gained 20kgs for Thalaivi, now that we are very close to completing it, need to go back to my earlier size, agility, metabolism and flexibility. Waking up early and going for a jog/walk …. who all are with me ? 🙂 pic.twitter.com/4HP6jSRGq5
— Kangana Ranaut (@KanganaTeam) October 14, 2020