କଙ୍ଗନାଙ୍କୁ ହତ୍ୟା ଧମକ!

ମୁମ୍ବାଇ: ବଲିଉଡ୍ ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ଟୁଇଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । କୃଷକ ଆନ୍ଦୋଳନକୁ ନେଇ ଟୁଇଟ କରି ଫସିଥିବା କଙ୍ଗନା ଏବେ କହିଛନ୍ତି ଅନଲାଇନରେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି । ଏହାସହ ସେ ପ୍ରିୟଙ୍କା ଚୋପ୍ରା ଓ ଦିଲଜିତ ଦୋସାଞ୍ଝଙ୍କୁ ବି ତାନା ମାରିଛନ୍ତି । ସେ କହିଛନ୍ତି ଗତ ୧୨ ଦିନ ହେବ ତାଙ୍କୁ ଅନ୍‌ଲାଇନରେ ହତ୍ୟା ଓ ବଳାତ୍କାର ଧମକ ମିଳୁଛି । ଯାହା ତାଙ୍କୁ ମାନସିକ ଭାବେ ଯନ୍ତ୍ରଣା ଦେଇଛି । ସେଥିପାଇଁ ସେ ଏକ ଭିଡିଓ ଜାରି କରି କିଛି ପ୍ରଶ୍ନ କରିଛନ୍ତି । ସେ କୃଷକ ଆନ୍ଦୋଳନକୁ ନେଇ କହିଛନ୍ତି ଏଥିରେ ସନ୍ଦେହ ନାହିଁ ଯେ କୃଷକଙ୍କ ବିରୋଧ ପ୍ରଦର୍ଶନ ସମ୍ପୂର୍ଣ୍ଣ ରାଜନୈତିକ । ମୁଁ ମଧ୍ୟ ଜାଣିଛି ଯେ ପଞ୍ଜାବର ୯୯ ପ୍ରତିଶତ ଲୋକ ଖଲିସ୍ତାନ ଚାହୁଁ ନାହାଁନ୍ତି । ସେମାନେ ଦେଶକୁ ବିଭାଜିତ କରିବାକୁ ଚାହୁଁ ନାହାଁନ୍ତି । କାରଣ ସେମାନେ ଦେଶକୁ ଭଲ ପାଆନ୍ତି । ସୂଚନାଯୋଗ୍ୟ, କିଛିଦିନ ପୂର୍ବେ କୃଷକ ଆନ୍ଦୋଳନକୁ ନେଇ କଙ୍ଗନା କିଛି ଟୁଇଟ୍ କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ଟୁଇଟର ୱାର । ଅଭିନେତା ଦିଲଜିତ କଙ୍ଗନାଙ୍କୁ ବିରୋଧ ବି କରିଥିଲେ । ଏବେ ଏହାକୁ ନେଇ କଙ୍ଗନା କହିଛନ୍ତି ମୋତେ ଯେମିତି ପ୍ରଶ୍ନ ପଚରା ଯାଉଛି ଦିଲଜିତ ଓ ପ୍ରିୟଙ୍କା କ’ଣ କରୁଛନ୍ତି ବୋଲି କାହିଁକି ପ୍ରଶ୍ନ କରାଯାଉନି ବୋଲି ସେ କହିଛନ୍ତି । ଯଦି ମୁଁ ଦେଶ ସପକ୍ଷରେ କଥା କହିଲେ ତାହାକୁ ରାଜନୀତି ବୋଲି କୁହାଯାଉଛି ତେବେ ସେମାନେ କ’ଣ କରୁଛନ୍ତି ବୋଲି କଙ୍ଗନା ଓଲଟା ପ୍ରଶ୍ନ କରିଛନ୍ତି ।

Share