କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ମୁମ୍ବାଇ ପୋଲିସ ଏହାପରେ ଦୁଇ ଭଉଣୀଙ୍କୁ ସମନ କରିଥିଲା। ହେଲେ ଭାଇର ବାହାଘର ଥିବା କହି ସ୍ଥଗିତ ରଖିବାକୁ ଦୁଇ ଭଉଣୀ ମୁମ୍ବାଇ ପୋଲିସକୁ କହିଥିଲେ। ଏବେ ଭାଇର ବାହାଘର ସରିବା ପରେ ମୁମ୍ବାଇ ପୋଲିସ ଦୁଇ ଭଉଣୀଙ୍କୁ ପୁଣିଥରେ ସମନ ପଠାଇଛି। ନଭେମ୍ବର ୨୩ ରୁ ୨୪ ତାରିଖ ମଧ୍ୟରେ ବାନ୍ଦ୍ରା ପୁଲିସ ନିକଟରେ ହାଜର ହେବାକୁ ସମନରେ କୁହାଯାଇଛି।

Share