ଦ୍ୱାଦଶ ଶ୍ରେଣୀ ଫେଲ୍‌ ହେବାରୁ ଘର ଛାଡି ମୁମ୍ବାଇ ପଳାଇ ଆସିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ କଙ୍ଗନା ଏକ ବଡ଼ ଉପହାର ଗ୍ରହଣ କରିଛନ୍ତ। ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। କଙ୍ଗନା ମାର୍ଚ୍ଚ ୨୩,୧୯୮୭ରେ ହିମାଚଳର ମଣ୍ଡି ଜିଲାର ସୁରଜପୁରରେ ଥିବା ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। କଙ୍ଗନାଙ୍କ ପିତାମାତାଙ୍କ ବ୍ୟତୀତ ତାଙ୍କ ଏକ ବଡ଼ ଭଉଣୀ ରଙ୍ଗୋଲି ଚାନ୍ଦେଲ ଏବଂ ସାନଭାଇ ଅକ୍ଷତ ମଧ୍ୟ ଅଛନ୍ତି। କଙ୍ଗନାଙ୍କ ମାତା ଆଶା ରାଣାଓ୍ବତ ଜଣେ ସ୍କୁଲ ଶିକ୍ଷକ ଏବଂ ପିତା ଜଣେ ବ୍ୟବସାୟୀ। କଙ୍ଗନାଙ୍କ ପିତା ଚାହୁଁଛଥିଲେ ଯେ ସେ ଜଣେ ଡାକ୍ତର ହୁଅନ୍ତୁ, କିନ୍ତୁ ସେ ଅଭିନେତ୍ରୀ ହେବାକୁ ଇଚ୍ଛା କରିଥିଲେ। କଙ୍ଗନା ଦ୍ୱାଦଶ ଶ୍ରେଣୀରେ ଫେଲ୍‌ ହୋଇଥିଲେ। ତାଙ୍କ ପିତା ବହୁତ କଠୋର ଥିଲେ ଏବଂ କଙ୍ଗନା ଆରମ୍ଭରୁ ଜିଦ୍‌ ସ୍ବଭାବର ଥିଲେ। ଏପରି ପରିସ୍ଥିତିରେ କଙ୍କନା ଅଭିନେତ୍ରୀ ହୁଅନ୍ତୁ, ପିତା ରାଜି ନ ହେବାରୁ ସେ ଘର ଛାଡି ମୁମ୍ବାଇ ପଳାଇ ଆସିଥିଲେ। କଙ୍ଗନା ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୦୬ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ କଙ୍ଗନା ଇମ୍ରାନ ହାସମୀଙ୍କ ସହ ମଧ୍ୟ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପରହିଟ ହୋଇଥିଲା ଏବଂ କଙ୍ଗନାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Share