Categories: Uncategorized

ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ନମ୍ର ବ୍ୟକ୍ତି: କଙ୍ଗନା

ବମ୍ବେ: କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଜର ରୋକ୍‌ଠୋକ୍‌ କଥାକୁ ନେଇ ସେ ଏକାଧିକ ଥର ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପ୍ରଶଂସକଙ୍କୁ ବ୍ୟଥିତ କରିଥିବା ବେଳେ ସେ ବଲିଉଡ୍‌ର ନେପୋଟିଜିମ୍‌ ବିରୋଧରେ ମୁହଁ ଖୋଲିଥିଲେ। ଏବେ ସେ ସୋସିଆଲ ମିଡିଆ ଟୁଇଟରକୁ ଆସିଛନ୍ତି। ଏହାକୁ ନେଇ ପ୍ରଶଂସକ ବେଶ୍‌ ଖୁସି ଥିବା ବେଳେ ସେ ନିଜର ବକ୍ତବ୍ୟକୁ ନେଇ ଗଣମାଧ୍ୟମର ଶିରୋନାମା ପାଲଟୁଛନ୍ତି। ଏଭଳି ଏକ ଘଟଣାକ୍ରମରେ କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି, ବାସ୍ତବିକ ବିଶ୍ୱର ସବୁଠାରୁ ଶକ୍ତିଶାଳି ଏବଂ ନମ୍ର ବ୍ୟକ୍ତି। ଏଥିସହ ଉଇଲଭ୍‌ ମୋଦି ହାସଟ୍ୟାଗ୍‌ ମଧ୍ୟ ଲେଖିଥିଲେ। ଏହି ଟୁଇଟ୍‌ ଏବେ ଭାଇରାଲ ହେଉଛି।

ଏହା ପ୍ରଥମ ଥର ନୁହେଁ ଯେଉଁଠି କଙ୍ଗନା ପ୍ରଥମ ଥର ମୋଦିଙ୍କ ପ୍ରଶଂସା କରିଛନ୍ତି। ସେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକ କୁହନ୍ତି। ଏପରିକି ଜଣେ ମହିଳା ହିସାବରେ ସେ ତାଙ୍କ ରୋଲ୍‌ ମଡେଲ୍‌ ମଧ୍ୟ କହିଛନ୍ତି।