ୟାମିଙ୍କୁ ରାଧେ ମା’ ଡାକିଲେ ଏହି ଅଭିନେତା: କଙ୍ଗନା କହିଲେ, ଆଣ ମୋ ଚପଲ

ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ୟାମୀଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଫଟୋ ପାରମ୍ପରିକ ଲାଲ୍‌ ଶାଢି ପିନ୍ଧgିଥିବାର ନଜର ଆସିଥିଲେ। ପ୍ରଶଂସକଙ୍କ ସହ ସେଲିବ୍ରିଟି ମଧ୍ୟ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି। ୟାମିଙ୍କ ସହ-ଅଭିନେତା ବିକ୍ରାନ୍ତ ମ୍ୟାସି ମଧ୍ୟ ତାଙ୍କୁ ରାମେ ମା’ ବୋଲି ଡାକିଥିଲେ। ଅଭିନେତ୍ରୀ କଙ୍ଗନା ରାଣାୱତ ବିକ୍ରାନ୍ତଙ୍କ ଏହି କମେଣ୍ଟକୁ ପସନ୍ଦ କରି ନଥିଲେ। ବିକ୍ରାନ୍ତ ୟାମିଙ୍କ ଫଟୋରେ ଲେଖିଥିଲେ, ଶୁଦ୍ଧ ଏବଂ ପବିତ୍ର ରାଧେ ମା’ଙ୍କ ପରି। ଏହା ଉପରେ କଙ୍ଗନା କହିଛନ୍ତି, କେଉଁଠୁ ଆସିଲା ଏହି ଅସରପା, ମୋ ଚପଲ ଆଣ। ରାଧେ ମା’ ନିଜକୁ ଦେବୀଙ୍କ ଅବତାର ବୋଲି ବର୍ଣ୍ଣନା କରନ୍ତି। ସେ ଅନେକ ଥର ବିବାଦରେ ଅଛନ୍ତି। କନ୍ୟା ପରି ରାଧେ ମା’ ସବୁବେଳେ ନାଲି ପୋଷାକରେ ଦେଖାଯାଆନ୍ତି।

Share