ପଦ୍ମଶ୍ରୀରେ ସମ୍ମାନିତ ହେବେ କଙ୍ଗନା-ଏକତା-କରନ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱାତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଜାତୀୟ ପୁରସ୍କାର ପରେ ତାଙ୍କୁ ଏହି ସମ୍ମାନ ମିଳିବ। ତାଙ୍କ ସହ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏକତା କପୁର ଓ କରନ୍‌ ଜୋହରଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ୨୦୨୦ରେ ତାଙ୍କୁ ଏହି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଥିଲା। ତେବେ ଆସନ୍ତା ନଭେମ୍ବର ୮ ତାରିଖରେ ନୂଆଦିଲ୍ଲୀରେ ଏହି ତିନି ଜଣଙ୍କୁ ପୁରସ୍କାର ଦିଆଯିବ। କଳା କ୍ଷେତ୍ରରେ ଅବଦାନ ପାଇଁ ଏମାନଙ୍କୁ ପୁରସ୍କୃତ କରାଯିବ। ଖୁବ୍‌ଶୀଘ୍ର ସେମାନେ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଯିବେ।
ଏଥି ସହିତ ଏକତା କପୁରଙ୍କ ବାପା ଜିତେନ୍ଦ୍ର ମଧ୍ୟ ତାଙ୍କ ଝିଅ ସହ ଦିଲ୍ଲୀ ଯିବେ। ଏକତା ଚାହୁଁଛନ୍ତି ତାଙ୍କ ପିତା ଆଇକନିକ ମୁହୂର୍ତ୍ତକୁ ଲାଇଭ ଦେଖନ୍ତୁ। କଙ୍ଗନା ମଧ୍ୟ କହିଛନ୍ତି ଯେ, ଏହି ସମ୍ମାନ ପାଇଁ ନିଜ ଦେଶକୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ଏଥିସହ ମୋ ପୁରସ୍କାରକୁ ସେହି ପ୍ରତିଟି ମହିଳାଙ୍କୁ ସମର୍ପିତ କରିବାକୁ ଚାହୁଁଛି ଯେଉଁମାନେ ସ୍ବପ୍ନ ଦେଖିବା ପାଇଁ ସାହସ ରଖନ୍ତି।’

 

Share