ବାୟୁସେନା ଦିବସରେ ରିଲିଜ ହେଲା ‘ତେଜସ’ର ଟ୍ରେଲର

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାଓ୍ବତ ଷ୍ଟାରର ମୁଭି ‘ତେଜସ’ର ଟିଜର ବଡ ପରଦାରେ ଆସିବା ପାଇଁ ଆକ୍ସନ ଏବଂ ରୋମାଞ୍ଚକର ଝଲକ ଦେଖାଇଛି। ଏହା ସମଗ୍ର ଦେଶରେ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛି। ଦର୍ଶକଙ୍କ ଆଗ୍ରହ ଦେଖି ନିର୍ମାତାମାନେ ଘୋଷଣା କରିଥିଲେ ଯେ ବାୟୁସେନା ଦିବସ ଅବସରରେ ସେମାନେ ଅକ୍ଟୋବର ୮,୨୦୨୩ ରେ ଫିଲ୍ମର ଟ୍ରେଲର ରିଲିଜ କରିବେ। ରବିବାର ଏହି ବହୁ ପ୍ରତୀକ୍ଷିତ ମୁଭିର ଟ୍ରେଲର ରିଲିଜ ହୋଇଛି।

ଫିଲ୍ମ ତେଜସର ନିର୍ମାତା ରବିବାର ବାୟୁସେନା ଦିବସରେ ଟ୍ରେଲରକୁ ରିଲିଜ କରିଛନ୍ତି ଯେଉଁଥିରେ କଙ୍ଗନା ରାନାୱତଙ୍କୁ ପ୍ରଖର, ଜୋଶରେ ଭରପୂର ଓ ଶକ୍ତିଶାଳୀ ବାୟୁସେନା ପାଇଲଟ ତେଜାସ ଗିଲଙ୍କ ଭୂମିକାରେ ଦେଖିବାକୁ ମିଳିଛି। ଟ୍ରେଲର ହାଇ ଲେଭଲ ଏରିଲ ଦୃଶ୍ୟରୁ ଆରମ୍ଭ ହୋଇଥିଲା ଏବଂ ହୃଦୟ ଜିତିଥିବା ଡାଏଲଗ #BharatKoChhedogeTohChhodengeNahi, ଆରମ୍ଭରୁ ହିଁ ସନସନି ମଚା ଦି।
ତେଜସରେ ଏକ ଭଲ ସାଉଣ୍ଡଟ୍ରାକ ଏବଂ ଚିତ୍ତାକର୍ଷକ ଭିଜୁଆଲ ଇଫେକ୍ଟ ସହିତ ଟ୍ରେଲର ହେଉଛି ଏକ ଭିଜୁଆଲ ସ୍ପେକ୍ଟିକଲ ଯାହା ଶକ୍ତିଶାଳୀ ସଂଳାପ ସହିତ ଦେଶପ୍ରେମର ଭାବନା ସୃଷ୍ଟି କରେ। ଟ୍ରେଲରରେ କଙ୍ଗନା ଜଣେ ସାହସୀ ବାୟୁସେନା ପାଇଲଟ ଭାବରେ ପରଦାରେ ଶାସନ କରୁଥିବା ନଜର ଆସିଛନ୍ତି। କଙ୍ଗନାଙ୍କ ମୁହଁରେ ଦେଖାଯାଉଥିବା ଗମ୍ଭୀରତା ଏବଂ ଯୁଦ୍ଧ ପାଇଁ ଅଭିନେତ୍ରୀଙ୍କ ଉତ୍ସାହ ଲୋକଙ୍କ ହୃଦୟରେ ଦେଶ ପ୍ରତି ଏକ ଉତ୍ସାହ ଜାଗ୍ରତ କରିବାକୁ ଯାଉଛି।
କଙ୍ଗନା ରାନାୱତଙ୍କ ଏହି ମୁଭି ୨୦୨୩ ଅକ୍ଟୋବର ୨୭ରେ ରିଲିଜ ହେବାକୁ ଯାଉଛି। ଟ୍ରେଲରରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ଶକ୍ତିଶାଳୀ କାର୍ଯ୍ୟ ପ୍ରଦର୍ଶନ କରାଯାଇଛି। ଭାରତୀୟ ବାୟୁସେନା ବିମାନର ଗର୍ଜନ ଆକାଶକୁ ଥରାଇ ଦେଉଛି।
କଙ୍ଗନା ରାନାୱତଙ୍କ ଫିଲ୍ମ ତେଜସ ଆରଏସଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି। ସର୍ଭେଶ ମେଭଡାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ତଥା ରୋନି ସ୍କ୍ରୁବାଲାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ଅକ୍ଟୋବର ୨୭, ୨୦୨୩ରେ ରିଲିଜ ହେବ।

Share