‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ସାଉଥ ସିନେମାରେ ପାଦ ରଖିଛନ୍ତି। ଆକ୍ଟର ରାଘବ ଲରେନ୍ସଙ୍କ ସହ ଅପକମିଂ ହରର-କମେଡି ମୁଭି ‘ଚନ୍ଦ୍ରମୁଖୀ ୨’ରେ ଲୋକଙ୍କୁ ହସାଇବାକୁ ପ୍ରସ୍ତୁତ ହୋଇଗଲେଣି। ଫିଲ୍ମର ଫାଷ୍ଟ ପାର୍ଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏବେ ଦ୍ୱିତୀୟ ପାର୍ଟରେ ଗୋଟିଏ ଗୋଟିଏ କ୍ୟାରେକ୍ଟରର ଲୁକ୍‌ ରିଲିଜ କରାଯାଉଛି। ‘ଚନ୍ଦ୍ରମୁଖୀ ୨’ରେ କଙ୍ଗନା ରାନାଓ୍ବତଙ୍କ ଫାଷ୍ଟ ଲୁକ ଆଉଟ ହୋଇଯାଇଛି।

ଶନିବାର ନିର୍ମାତାମାନେ ‘ଚନ୍ଦ୍ରମୁଖୀ ୨’ରୁ କଙ୍ଗନା ରାନାୱତଙ୍କ ଫାଷ୍ଟ ଲୁକ ରିଲିଜ କରିଥିଲେ। ଲାଇକା ପ୍ରଡକ୍ସନ୍ସରୁ କଙ୍ଗନାଙ୍କ ଲୁକ ଶେୟାର କରି ଲେଖାଯାଇଥିଲା, ‘ଏହି ସୁନ୍ଦରତା ଏବଂ ଏହି ପୋଜ, ଯାହା ଆମ ଦୃଷ୍ଟି ଆକର୍ଷଣ କରୁଛି । ଚନ୍ଦ୍ରମୁଖୀ ୨ରେ କମାଣ୍ଡିଂ ଏବଂ ଗର୍ଜିୟସ # କଙ୍ଗନା ରାନାଓ୍ବତଙ୍କ ଲୁକ ଜାରି ହେଲା।
କଙ୍ଗାନାର ସମ୍ପୂର୍ଣ୍ଣ ଲୁକ ରିଲିଜ କରିବା ପୂର୍ବରୁ ନିର୍ମାତାମାନେ ଅଭିନେତ୍ରୀଙ୍କ ଏକ ଛୋଟ ଝଲକ ଦେଖାଇଥିଲେ। ତା’ପରେ କେବଳ ତାଙ୍କ ଆଖିର ଚେହେରା ରିଲିଜ ହେଲା। ବିଭିନ୍ନ ମୁଭି ‘ଫ୍ୟାଶନ’, ‘ତନୁ ୱେଡସ ମନୁ’, ‘ରାଣୀ ଲକ୍ଷ୍ମୀବାଇ’ରୁ କଙ୍ଗନାଙ୍କ ଲୁକ ଦେଖାଇବା ପରେ’ ଚନ୍ଦ୍ରମୁଖୀ ୨’ରୁ ତାଙ୍କ ଚରିତ୍ରର ଏକ ଛୋଟ ଝଲକ ଦେଖାଯାଇଥିଲା। ପ୍ରଶଂସକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ବହୁତ ପ୍ରଶଂସା କରିଥିବା ଦେଖିବା ପରେ ଏବେ ଅଭିନେତ୍ରୀଙ୍କ ସମ୍ପୂର୍ଣ୍ଣ ଲୁକ ପ୍ରକାଶ ପାଇଛ।

Share