ଜୟାଙ୍କୁ ଟାର୍ଗେଟ କଲେ କଙ୍ଗନା

ନୂଆଦିଲ୍ଲୀ,୧୫ ।୯: ସମାଜବାଦୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ତଥା ବଳିଉଡ୍ ନାୟିକା ଜୟା ବଚ୍ଚନ ମଙ୍ଗଳବାର କହିଥିଲେ କି ବଲିଉଡକୁ ବଦନାମ କରିବାକୁ ଯୋଜନା କରାଯାଉଛି । ସେ ଲୋକ ସଭାରେ ଭାରତୀୟ ଜନତା ପାର୍ଟି(ଭାଜପା) ସଦସ୍ୟ ରବି କିଶନଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ କେତେକ ଲୋକ ଯେଉଁ ଥାଳିରେ ଖାଆନ୍ତି ସେହି ଥାଳିରେ ହାତ ଧୂଅନ୍ତି । ଏହାକୁ ନେଇ ଏବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ କହିଛନ୍ତି ଆମପ୍ରତି ଟିକେ ହେଲେ ଦୟା ଦେଖାନ୍ତୁ । କଙ୍ଗନା ଟୁଇଟ୍ କରି କହିଛନ୍ତି, ଜୟାଜି ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶେତାଙ୍କୁ କିଶୋରାବସ୍ଥାରେ ପିଟାଯାଇଥାଆନ୍ତା, ନିଶା ସେବନ ପାଇଁ କୁହାଯାଇଥାଆନ୍ତା ଅବା ବେଇଜ୍ଜତ କରାଯାଇଥାଆନ୍ତା ସେତେବେଳେ କ’ଣ ଅପାଣ ଏହା କହିଥାଆନ୍ତେ । ଆଉ ସୁଶାନ୍ତ ସିଂ ରାଜପୁତଙ୍କ ସ୍ଥାନରେ ଆପଣଙ୍କ ପୁଅ ଅଭିଶେକଙ୍କୁ ଯଦି ବାରମ୍ବାର ଉତ୍ପିଡନ କରାଯାଉ ଥାଆନ୍ତା ଆଉ ଗୋଟିଏ ଦିନ ସେ ଫାଶୀରେ ଝୁଲୁଥିବା ଅପାଣ ଦେଖିଥାଆନ୍ତେ ସେତେବେଳେ କ’ଣ ଆପଣ ଏମିତି କହିଥ।।ନ୍ତେ । ଆମ ପାଇଁ ଟିକେ ହେଲେ ଦୟା ଦେଖାନ୍ତୁ । ସୂଚନାଯୋଗ୍ୟ, ମଙ୍ଗଳବାର ଜୟା ବଚ୍ଚନ କହିଥିଲେ ଫିଲ୍ମ ଉଦ୍ୟୋଗ ପ୍ରତିଦିନ ୫ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦେଉଛି । ମନୋରଞ୍ଜନ ଦୁନିଆକୁ ସୋସିଆଲ ମିଡିଆ ମାଧ୍ୟମରେ ବଦନାମ କରାଯାଉଛି । ଇଣ୍ଡଷ୍ଟ୍ରିରେ ନାମ କମେଇଥିବା ଲୋକେ ହିଁ ଏହାକୁ କଳା କୋଠରି ବୋଲି କହୁଛନ୍ତି । ମୁଁ ଏଥିରେ ସମ୍ପୂର୍ଣ୍ଣ ଭାବେ ଅସହମତି ପ୍ରକାଶ କରୁଛି । ଆଉ ଏଭଳି ଲୋକଙ୍କୁ ଏମିତି ଭାଷା ପ୍ରୟୋଗ କରିବାକୁ ସରକାର ରୋକିବେ ବୋଲି ଜୟା କହୌିଥିଲେ ।

Share