‘ଏମରଜେନ୍ସି’ ଫାଷ୍ଟ ଲୁକର ମେକିଂ ଭିଡିଓ ଶେୟାର କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ଚଳିତ ବର୍ଷ ତାଙ୍କ ଅଭିନିତ ଶେଷ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ ହୋଇଥିଲେ ବି ଏହା ଉପରେ ନଜର ନ ଦେଇ ଏବେ ଅପକିମଂ ଫିଲ୍ମ ‘ଏମରଜେନ୍ସି’ର ଶୁଟିଂ ଆରମ୍ଭ କରିଛନ୍ତି ଅଭିନେତ୍ରୀ । ନିକଟରେ ଏହାର ଟିଜର ଶେୟାର କରି ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ ଶେୟାର କରିଥିଲେ । ଯେଉଁଥିରେ ସେ ଅବିକଳ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଲାଗୁଥିଲେ । ଏହାକୁ ଦେଖି ପ୍ରଶଂସକ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ । ଏବେ କଙ୍ଗନା ଫିଲ୍ମ ମେକିଂର ଏକ ସର୍ଟ ଭିଡିଓ ଶେୟାର କରିଛନ୍ତି ।
ଭିଡିଓଟି ଶେୟାର କରି କଙ୍ଗନା ଲେଖିଛନ୍ତି, ମୋ ପ୍ରଥମ ନିର୍ଦ୍ଦେଶନାର ଫିଲ୍ମ ‘ଏମରଜେନ୍ସି’ର ଏହା ବିଟିଏସ ଭିଡିଓ । ଏହାର ଫାଷ୍ଟ ଲୁକ ସାରା ଦେଶରେ ଚହଳ ପକାଇଛି । ମୋ ଟିମକୁ ଏଥିପାଇଁ ବହୁତ ବହୁତ ଧନ୍ୟବାଦ । ପ୍ରତ୍ୟେକ ଦିନ ସ୍ୱପ୍ନ ସତ ହେଉଛି । ମୋ ନିକଟରେ କେତେଜଣ ବହୁତ ଭଲ ଲୋକ ଅଛନ୍ତି, ଯାହାଙ୍କ ପାଇଁ ଏହି ଫିଲ୍ମ ହୋଇପାରିଛି । କଙ୍ଗନାଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି । ଭିଡିଓରେ ଫିଲ୍ମର ସେଟ ତିଆରି ହେଉଥିବା ଦେଖାଯାଇଥିବା ବେଳେ କଙ୍ଗନାଙ୍କ ଫାଷ୍ଟଲୁକ ପ୍ରିପାରେଶନ ବି ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଏମରଜେନ୍ସିର ନିର୍ଦ୍ଦେଶନା କଙ୍ଗନା ନିଜେ ଦେଇଛନ୍ତି । ଏହା ପୂର୍ବରୁ ସେ ତାଙ୍କ ଫିଲ୍ମ ମଣିକର୍ନିକାର ବି ନିର୍ଦ୍ଦେଶନା ଦେଇଥିଲେ ।

Share