ଭାଇଙ୍କ ବିବାହରେ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ କଙ୍ଗନା, ତିଆରି ପାଇଁ ଲାଗିଥିଲା ୧୪ ମାସ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭାଇ ଅକ୍ଷତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭାଇଙ୍କ ବିବାହ ଉତ୍ସବରେ କଙ୍ଗନା ଖୁବ୍‌ ମଜାମସ୍ତି କରିଥିବା ଦେଖିବାକୁ ମିଳିଛି। ଯାହା ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋ ଏବଂ ଭିଡିଓରୁ ଜଣାପଡୁଛି।

ଏହି ଭିଡିଓରେ କଙ୍ଗନା ପିନ୍ଧିଥିବା ଏକ ଲେହେଙ୍ଗାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଲେହେଙ୍ଗାରେ କଙ୍ଗନାଙ୍କ ଲୁକ୍‌ ଜବରଦସ୍ତ ଥିଲା। ଏକ ମଲ୍‌ଟି କଲରର ଲେହେଙ୍ଗା ଏବଂ ଜୁଏଲାରୀ ପିନ୍ଧି ସେ ଖୁବ୍‌ ସୁନ୍ଦର ଦିଶୁଥିଲେ। କଙ୍ଗନା ଯେଉଁ ଲେହେଙ୍ଗାଟି ପିନ୍ଧିଥିଲେ ଏହା ପ୍ରାୟ ୧୪ ମାସ ଲାଗିଥିଲା ତିଆରି ହେବାକୁ। ଡିଜାଇନର ଅନୁରାଧା ଓ୍ବକିଲ୍‌ କଙ୍ଗନାଙ୍କ ଇଚ୍ଛାକୁ ସାକାର କରିଥିବାରୁ କଙ୍ଗନା ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୋସିଆଲ ମିଡିଆରେ ଫଟୋ ଶେୟାର କରି କଙ୍ଗନା କ୍ୟାପଶନ ଲେଖିଛନ୍ତି, ମୋ ବନ୍ଧୁ ସବ୍ୟସାଚୀ ମୋ ପାଇଁ ଜୁଏଲାରୀ ଡିଜାଇନ କରିଛନ୍ତି। କଙ୍ଗନାଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହିତ ଭାଇଙ୍କ ବିବାହ ସମୟର ଆଉ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

Share