କ’ଣ ଗାନ୍ଧୀ ପରିବାରକୁ ‘ଏମରଜେନ୍ସି’ ସ୍କ୍ରିନିଂ ପାଇଁ ନିମନ୍ତ୍ରଣ କରିବେ କଙ୍ଗନା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୩୦।୮: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତ ଗୁରୁବାର ଗାନ୍ଧୀ ପରିବାରକୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ସ୍କ୍ରିନିଂକୁ ନିମନ୍ତ୍ରଣ କରିବାର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର ମନରେ ତାଙ୍କ ପ୍ରତି ବହୁତ ରାଗ ଅଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ କଙ୍ଗନା ଷ୍ଟାରର ‘ଏମରଜେନ୍ସି’ ହେଉଛି ଏକ ରାଜନୈତିକ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରର କାହାଣୀ ୧୯୭୫ରୁ ୧୯୭୭ପର୍ଯ୍ୟନ୍ତ ୨୧ମାସ ଚାଲିଥିବା ଭାରତର ‘ଏମରଜେନ୍ସି’ ସହିତ ଜଡିତ। ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ଆଭ୍ୟନ୍ତରୀଣ ତଥା ବାହ୍ୟ ବିପଦକୁ ଦର୍ଶାଇ ‘ଏମରଜେନ୍ସି’ ଘୋଷଣା କରିଥିଲେ।

ଯେତେବେଳେ କଙ୍ଗନାଙ୍କୁ ପଚରାଗଲା ଆପଣଙ୍କ ପିଲ୍ମ ଏମରଜେନ୍ସିର ସ୍କ୍ରିନିଂ ପାଇଁ ଗାନ୍ଧୀ ପରିବାରକୁ ଆମନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି କି? ଉତ୍ତରରେ କଙ୍ଗନା କହିଲେ ମୁଁ ଏହା କରିବାକୁ ପସନ୍ଦ କରିବି, କିନ୍ତୁ ମୁଁ ନିଶ୍ଚିତ ଯେ ସେ ମୋର ନିମନ୍ତ୍ରଣ ଗ୍ରହଣ କରିବେ ନାହିଁ କାରଣ ମୋ ପ୍ରତି ତାଙ୍କର ବହୁତ ରାଗ ଅଛି । ତାଙ୍କ ମନ୍ତବ୍ୟ ଉପରେ ମୋର ମନ୍ତବ୍ୟ ସମ୍ପର୍କରେ ମୁଁ ସୁପ୍ରିମକୋର୍ଟଙ୍କ ଠାରୁ ଅନେକ ବିଜ୍ଞପ୍ତି ଗ୍ରହଣ କରିସାରିଛି। ମୁଁ ମଧ୍ୟ ଜଣେ ସାଂସଦ। ମୁଁ ତାଙ୍କ ମନ୍ତବ୍ୟ ବିଷୟରେ ମଧ୍ୟ ମନ୍ତବ୍ୟ ଦେବା ଉଚିତ୍‌। କିନ୍ତୁ ଏଥିରେ ମଧ୍ୟ ତାଙ୍କର ଆପତ୍ତି ରହିଛି।

କଙ୍ଗନା କହିଛନ୍ତି, ମୁଁ ଆଶା କରୁଛି ଯେ ଯଦିଓ ସେ ମୋ ସ୍କ୍ରିନିଂକୁ ଆସନ୍ତି ନାହିଁ, ତେବେ ସେ ଫିଲ୍ମ ଦେଖିବେ ଏବଂ ଏହାର ଅବଜେକ୍ଟିଭ ମୂଲ୍ୟାଙ୍କନ କରିବେ, ସେ ଫିଲ୍ମକୁ ପସନ୍ଦ କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ...

ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

ମୋହନା,୧୬।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ...

ସେବାଶ୍ରମରେ ଏବେ ବି ଘୁରିବୁଲୁଛି ମହୁମାଛି: ଆତଙ୍କିତ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ମଙ୍ଗଳବାର ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ବୁଧବାର ମଧ୍ୟ ସେଠାରେ...

ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା…

ରାୟଗଡା,୧୬।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଚୋରି ପାଇଁ ଉଦ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image