ଜିତିଲେ କଙ୍ଗନା !

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ପାଲି ହିଲ ସ୍ଥିତ କାର୍ଯ୍ୟାଳୟ ଭଙ୍ଗା ଘଟଣା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟଙ୍କ ରାୟ ମୁତାବକ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ । ଅନ୍ୟପଟେ କଙ୍ଗନା ଦେଇଥିବା ଆପତ୍ତିଜନକ ବୟାନଓ ପୋଷ୍ଟରକୁ ନେଇ କୋର୍ଟ କହିଛନ୍ତି ସେ ବୁଝି ସୁଝି କହିବାର ଥିଲା । ତେବେ ସେ ଯାହା କହିଛନ୍ତି ଯଦିଓ ତାହା ଯୁକ୍ତଯୁକ୍ତ ନୁହେଁ ଏବେ କିନ୍ତୁ ତାକୁ ଦେଖିବାର ସମୟ ନୁହେଁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯଦି କୌଣସି ବ୍ୟକ୍ତି ବିଶେଷ କିଛିବି ମୁର୍ଖତା କଥା କୁହନ୍ତି ରାଜ୍ୟ ଦ୍ୱାରା ସମାଜ ଉପରେ ବାହୁବଳ ପ୍ରୟୋଗ କରିବା ଅନୁଚିତ୍ ।

Share