ଏୟାର ଫୋର୍ସ ଅଫିସର ପୋଷାକରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ‘ଧାକଡ’ ଫିଲ୍ମର ଶୁଟିଂ ଶେଷ କରିବା ପରେ କିଛି ଫଟୋକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏବେ ସେ ତାଙ୍କର ଆଉ ଏକ ଫିଲ୍ମ ‘ତେଜସ’ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ସେ ତାଙ୍କର ୩ଟି ଫିଲ୍ମ ‘ଧାକଡ’, ‘ଥଲାଇବା’ ଓ ‘ତେଜସ’ରେ ଭିନ୍ନ ଭିନ୍ନ ରୂପରେ ନଜର ଆସିବେ । ଏବେ ‘ତେଜସ’ର ଗୋଟିଏ ଝଲକ୍ ଦେଖି ଦର୍ଶକେ ଉତ୍ସୁକତାର ସହ ଫିଲ୍ମକୁ ଅପେକ୍ଷା କରି ରହିଲେଣି । କଙ୍ଗନା ଏୟାରଫୋର୍ସ ଅଫିସରଙ୍କ ଡ୍ରେସ ପିନ୍ଧି ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଶୁଟିଂ ସେଟର ଏହି ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ଏଥର ମିଶନ ତେଜସ ପର, ଆଜିଠାରୁ ଆରମ୍ଭ ହେଲା, ଜୋସରେ ଭରପୁର, ଏଥିପାଇଁ ସାନଦାର ଟିମ୍‌କୁ ଶୁଭକାମନା । କଙ୍ଗନାଙ୍କ ଏହି ଲୁକ୍ ଦେଖି ପ୍ରଶଂସକ ଫିଦା ହୋଇ ଯାଇଛନ୍ତି । କେହି ତାଙ୍କୁ ବଲିଉଡ୍ କୁଇନ୍ କହୁଛି ତ ପୁଣି କିଏ କମେଣ୍ଟ କରୁଛି ତେଜସ ଆଉ ଅପେକ୍ଷା କରି ହେଉନି । କଙ୍ଗନା ଏହି ପୋଷ୍ଟ ଶେୟାର କରିବା ପରେ ୨ ଘଣ୍ଟା ମଧ୍ୟରେ ୨ଲକ୍ଷ ୩୦ ହଜାର ଲାଇକ୍ସ ମିଳିସାରିଛି ।

Share