ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରାଣାଓ୍ବତ ବଲିଉଡ୍ର ବଡ ବଡ଼ ନିର୍ଦ୍ଦେଶକ ତଥା ନିର୍ମାତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବଲିଉଡ୍ରେ ନେପୋଟିଜିମ୍ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଏବେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ସେ ଆଣିଥିବା ଅଭିଯୋଗକୁ ପ୍ରମାଣ କରି ନ ପାରିଲେ ଭାରତ ସରକାର ଦେଇଥିବା ସବୁଠାରୁ ସମ୍ମାନଜନକ ପୁରସ୍କାର ପଦ୍ମଶ୍ରୀ ଫେରାଇ ଦେବେ ବୋଲି କଙ୍ଗନା କହିଛନ୍ତି।
ନିକଟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କୁ ଥାନାକୁ ଡାକିଥିଲା। ମାତ୍ର ସେ ମନାଲିରେ ଥିବା କହିବା ସହ ସାକ୍ଷ୍ୟ ନେବାକୁ ତାଙ୍କ ପାଖକୁ ଆସିବା ପାଇଁ କହିଥିଲେ। ମାତ୍ର ପୋଲିସ ପକ୍ଷରୁ ଏହାର କୌଣସି ଜବାବ ମିଳିଲା ନାହିଁ। ତେଣୁ ସେ ସାକ୍ଷ୍ୟ ଦେଇପାରିଲେ ନାହିଁ। ଯଦି ସେ ଏହାକୁ ପ୍ରମାଣ ନ କରି ପାରନ୍ତି ତେବେ ସେ ପଦ୍ମଶ୍ରୀ ଫେରାଇ ଦେବେ ବୋଲି କହିଛନ୍ତି।