‘ଦ କଶ୍ମୀର ଫାଇଲ୍ସ’ ଦେଖି ଏପରି କହିଲେ କଙ୍ଗନା

ବମ୍ବେ: ଅନେକ ବିବାଦରେ ଫସିବା ସତ୍ତ୍ୱେ ବଡ଼ ପରଦାରେ ରିଲିଜ ହୋଇଛି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ଅପେକ୍ଷାକୃତ କମ୍‌ ସିନେମାହଲରେ ଫିଲ୍ମଟି ରିଲିଜ ହୋଇଥିଲେ ହେଁ ବେଶ ଭଲ ବ୍ୟବସାୟ କରୁଛି ସେ। ଏଥିସହ ଦର୍ଶକମାନେ ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି। ଏବେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ମଧ୍ୟ ଫିଲ୍ମର ପ୍ରଂଶସା କରିଛନ୍ତି।

ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି କଙ୍ଗନା କହିଛନ୍ତି, ବନ୍ଧୁମାନେ ନମସ୍କାର। କାଲି ରାତିରେ ମୁଁ ଏବଂ ମୋ ପରିବାର ଦ କଶ୍ମୀର ଫାଇଲ୍ସ ଫିଲ୍ମ ଦେଖିଲୁ। ପ୍ରଥମେ କହିବାକୁ ଚାହିଁବି ବିବେକ ଏବଂ ଆପଣଙ୍କ ପୁରା ଟିମ୍‌ ଧନ୍ୟ। ଆପଣ ଫିଲ୍ମ ମାଧ୍ୟମରେ ଦେଶରେ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି। ଫିଲ୍ମଜଗତ ଏଥିପାଇଁ ଆପଣଙ୍କ ନିକଟରେ ସର୍ବଦା ଋଣି ରହିବ। ଦଶନ୍ଧି ଧରି ଆମେ କରି ଆସୁଥିବା ପାପକୁ ଆପଣ ଧୋଇ ଦେଇଛନ୍ତି। ଆମର ମାର୍ଗଦର୍ଶନ ଏବଂ ନେତୃତ୍ୱ ନେବା ଲାଗି ଧନ୍ୟବାଦ। କଶ୍ମୀରରେ ହୋଇଥିବା ନିର୍ଦ୍ଦୟତା ସାଧାରଣ ଏବଂ ଦିନକର କଥା ଥିବା ଭାବିବା ଭୁଲ ହେବ। ଯେତେବେଳେ ଭାରତର ବିଭାଜନ ହୋଇଥିଲା ସେତେବେଳେ ପାକିସ୍ତାନରେ ମଧ୍ୟ ସେତିକି ହିନ୍ଦୁ ଥିଲେ ଯେତିକି ଆଜି ଭାରତରେ ମୁସଲମାନ୍‌ ଅଛନ୍ତି। ଆଜି ଦେଖନ୍ତୁ ଏଠାରେ ଜନସଂଖ୍ୟା କେତେ ବଢ଼ିଛି ଏବଂ ସେଠାରେ ନାମକୁ ମାତ୍ର କିଛି ହିନ୍ଦୁ ଅଛନ୍ତି। ସର୍ବଦା ତାଙ୍କୁ ମରାଯାଉଛି, ହଣା ଯାଉଛି, ବଳାତ୍କାର କରାଯାଉଛି। ଗତ ବର୍ଷ ପଶ୍ଚିମବଙ୍ଗ ସରକାର ଆସିବା ପରେ ତାଙ୍କୁ ମାରିହାଣି ଫୋପଡ଼ା ଯାଇଥିଲା। କୌଣସି ସରକାର ସହାୟତା କରି ନ ଥିଲେ। ଏହା ସରକାରଙ୍କ ଲଢ଼େଇ ନୁହେଁ। ଏହା ସଭ୍ୟତାର ଲଢ଼େଇ, ପ୍ରତିଟି ହିନ୍ଦୁସ୍ତାନୀର ଲଢ଼େଇ। ଏଥିରେ ଭାଗ ନିଅନ୍ତୁ। କଶ୍ମୀର ଫାଇଲ୍ସ ନିଶ୍ଚୟ ଦେଖନ୍ତୁ ବୋଲି ସେ କହିଛନ୍ତି।

କହିରଖୁଛୁ, ରିଲିଜର ୪ ଦିନରେ ଫିଲ୍ମ ୪୨ କୋଟି ଟଙ୍କା ବ୍ୟବସାୟ କରିଛି। ଆଗାମୀ ଦିନରେ ଏହା ରେକର୍ଡ କରିବ ବୋଲି କୁହାଯାଉଛି।

Share