ସଞ୍ଜୟ ଲିଲା ଭଂସାଲିଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ବଲିଉହ କୁଇନ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ପ୍ରତିଦିନ ସେ କିଛି ନା କିଛି ଶେୟାର କରି ପ୍ରାୟ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଭାବନା ଶେୟାର କରିଛନ୍ତି। ଶନିବାର କଙ୍ଗନା ଫିଲ୍ମ ମେକର ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରଶଂସା କରିଛନ୍ତି। ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।
ଅଭିନେତ୍ରୀ ଲେଖିଛନ୍ତି- ମୁଁ ଜଣେ କଳାକାର ଭାବରେ ସଞ୍ଜୟ ଲୀଲା ଭଂସାଲୀଙ୍କୁ ପ୍ରଶଂସା କରେ, ସେ କଦାପି ସଫଳତା କିମ୍ବା ଗୌରବ ପ୍ରଦର୍ଶନ କରନ୍ତି ନାହିଁ। ସେ ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ରହୁଥିବା ସଚ୍ଚା ଆର୍ଟିଷ୍ଟ। ମୁଁ ଏମିତି ବ୍ୟକ୍ତି ଦେଖିନାହିଁ ଯେ କି ଫିଲ୍ମକୁ ଏତେ ଭଲ ପାଉଥିବେ। ସର୍ବୋପରି ସେ ନିଜର କାମ, ସୃଜନଶୀଳ ଏବଂ ବିରଳ ଅଖଣ୍ଡତା ବିଷୟରେ ଚିନ୍ତା କଲେ … ସେ ଜଣେ ଲିଭିଙ୍ଗ ଲିଜେଣ୍ଡ। ମୁଁ ତୁମକୁ ଭଲ ପାଏ ସଞ୍ଜୟ ସାର୍‌ ।

Share