ଲୋକେ ଚାହିଁଲେ ୨୦୨୪ରେ ମଣ୍ଡିରୁ ନିର୍ବାଚନ ଲଢ଼ିବି: କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୨୯।୧୦: ରାଜନୀତିରେ ପ୍ରବେଶ କରିବାକୁ ମୁଁ ପ୍ରସ୍ତୁତ। ଯଦି ହିମାଚଳବାସୀ ଚାହିଁବେ ଏବଂ ଭାଜପା ଟିକେଟ ଦେବ, ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଅଛନ୍ତି କଙ୍ଗନା ରାଣାଓ୍ବତ।

ଜାତୀୟ ଗଣମାଧ୍ୟମରେ ଏକ କାର୍ଯ୍ୟକ୍ରମରେ ସେ ଭାଗ ନେଇ ଅଭିନେତ୍ରୀରୁ ରାଜନୀତିକୁ ଆସିବାର ଯାତ୍ରାକୁ ନେଇ ଅନେକ କିଛି କହିଛନ୍ତି। ତାଙ୍କ ପରିବାର କଂଗ୍ରେସକୁ ସମର୍ଥନ କରୁଥିଲା। ଏହାକୁ ନେଇ କଙ୍ଗନା କହିଛନ୍ତି, ମୁଁ ରାଜନୈତିକ ପରିବାରରୁ ଆସିଛି। ମୋ ବାପା ରାଜନୀତି ସହ ଜଡ଼ିତ। କଂଗ୍ରେସ ମାଧ୍ୟମରେ ବାପା ସବୁକିଛି କରୁଥିଲେ। ହେଲେ ୨୦୧୪ରେ ମୋଦି ଜୀ ଆସିବା ପରେ ସବୁ ବଦଳିଯାଇଛି। ସେତେବେଳଠାରୁ ଆମେ ପରିବର୍ତ୍ତନ ହୋଇଯାଇଛୁ। ଏବେ ବାପା ସକାଳୁ ଉଠିଲେ ଜୟ ମୋଦି ଜୀ ଏବଂ ଅପରାହ୍ନରେ ଜୟ ଯୋଗୀ ଜି କହୁଛନ୍ତି। ସେ ପୁରା ପରିବର୍ତ୍ତନ ହୋଇଯାଇଛନ୍ତି।

କହିରଖୁଛୁ, ଏହି କାର୍ଯ୍ୟକ୍ରମରେ କଙ୍ଗନା ମୋଦିଙ୍କୁ ‘ମହାପୁରୁଷ’ କହି ଚର୍ଚ୍ଚାକୁ ଆସିଥିଲେ।

Share