ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାଓ୍ବତ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ଶିଳତ ଯୁଦ୍ଧରେ ମାତିଛନ୍ତି ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ହେଉଥିବା କଥା କଟାକଟି ଏବେ ଚରମ ସୀମାରେ ପହଞ୍ଚିଥିବା ଆଲୋଚନା ହେଉଛି। ସଞ୍ଜୟ କହିଛନ୍ତି ମୁମ୍ବାଇ ମରାଠିଙ୍କ ବାପାଙ୍କର ହେଲେ ଏହାର କଡା ଜବାବ ଦେଇ କଙ୍ଗନା କହିଛନ୍ତି ମହାରାଷ୍ଟ୍ର କାହା ବାପାର ନୁହେଁ। ସେ କିଛିଦିନ ମଧ୍ୟରେ ମୁମ୍ବାଇ ଆସୁଛନ୍ତି ତାଙ୍କର କିଏ କ’ଣ କରିବ ବୋଲି କଙ୍ଗନା କଡା ଜବାବ ଦେଇ କହିଛନ୍ତି। ସେ କହିଛନ୍ତି ଯିଏ ମରାଠା ଗୌରବ ପ୍ରତିଷ୍ଠା କରିଛି ମହାରାଷ୍ଟ୍ର କେବଳ ତା’ର। ଆଉ ମୁଁ ଗର୍ବର ସହ କହୁଛି ମୁ ମରାଠି ବୋଲି। କଙ୍ଗନା ଆହୁରି ମଧ୍ୟ କହିଛନ୍ତି ମୁଁ ମୋ କ୍ୟାରିୟର ଚ୍ୟାଲେଞ୍ଜ ଲଗାଇ ଶିବାଜୀ ମହାରାଜ ଓ ରାଣୀ ଲକ୍ଷ୍ମୀବାଇ ଭଳି ଫିଲ୍ମରେ କାମ କରିଛି ହେଲେ ସଞ୍ଜୟ ରାଉତ ମହାରାଷ୍ଟ୍ର ପାଇଁ କ’ଣ କରିଛନ୍ତି ବୋଲି କଙ୍ଗନା ପାଲଟା ପ୍ରଶ୍ନ କରିଛନ୍ତି।